News
WhatsApp Image 2023-10-04 at 17.25.00
samparksetu

ପାନୀୟ ଜଳରୁ ବଞ୍ଚିତ ୨ଟି ୱାର୍ଡ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗା ପଞ୍ଚାୟତ କୁସୁପଙ୍ଗା ଗ୍ରାମର ଭଞ୍ଜ ସାହୁ ଏବଂ ମହାରଥୀ ସାହିର
ଲୋକ ମାନେ ପିଇବା ପାଣିର ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ଦୁଇ ୱାଡବାସୀଙ୍କ ପାଇଁ ପୂର୍ବରୁ ବ୍ରାହ୍ମଣୀ ନଦୀ କୂଳରୁ ପାଇପ ଯୋଗେ ସେମାନଙ୍କୁ ପାନୀୟ ଜଳଯୋଗାଇ ଦିଅଯାଉଥିଲା । କିନ୍ତୁ କେତେକ ଖଳ ପ୍ରକୃତିର ଲୋକ ପାଇପକୁ କଣା କରି ସେଥିରୁ ମୋଟର ଯୋଗେ ପାଣି ନେଇଯାଉଥିବାରୁ ସେମାନଙ୍କ ନିକଟରେ ପାଣି ପହଞ୍ଚି ପାରୁନଥିବାର ଅଭିଯୋଗ କରିଛନ୍ତି ।

ଗ୍ରାମର ଉପର ମୁଣ୍ଡାରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହି ଦୁଇ ସାହି ପାଣିରୁ ବଞ୍ଚିତ ହେଉଛନ୍ତି । ଏଣୁ ମୁଖ୍ୟ ପାଇପକୁ କଣା ନକରି ସଠିକ ଭାବରେ ପାଣି ଯୋଗାଇ ଦେବାକୁ ଦୁଇ ୱାର୍ଡର ବାସିନ୍ଦା ମାନେ ଦାବୀ କରିଛନ୍ତି । ଏ ସଂକ୍ରାନ୍ତରେ ଏକଦାବୀ ପତ୍ର ବିଡିଓଙ୍କ ସହିତ ଜିଲ୍ଲାପାଳଙ୍କୁ ପ୍ରଦାନ
କରିଥିବାର ଜଣାପଡିଛି ।

new life
You might also like
error: Content is protected !!