News
WhatsApp Image 2023-10-04 at 17.25.00
samparksetu

ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବିଭୁତି!

ଦୃଢ଼ ଇଚ୍ଛା ଶକ୍ତି ହିଁ ଜଣେ ଦିବ୍ୟାଙ୍ଗ ଯୁବକ ଙ୍କୁ କରିପାରିଛି ସ୍ୱାବଲମ୍ବୀ ନିଜସ୍ୱ ଉଦ୍ୟମରେ ଜଣେ ସଫଳ ଚାଷୀ ହୋଇଥିବାବେଳେ ଅନେକଙ୍କୁ ସେ ଦେଇଛନ୍ତି ରୋଜଗାର । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତର କଟାବାହାଳ ଗାଁ ର କିଶୋର ଚନ୍ଦ୍ର ପ୍ରଧାନଙ୍କ ପୁଅ ବିଭୁତି।

ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ବିଭୁତି ଙ୍କ ର ଜନ୍ମରୁ ବାମ ହାତର ପାପୁଲି ନାହିଁ। ଅର୍ଥ ଅଭାବରୁ ତାଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା।ବିନା କୌଣସି ସରକାରୀ ସହାୟତାରେ ପାଞ୍ଚ ଏକର ଜମିରେ ବିଭିନ୍ନ କିସମର ପରିବା ଚାଷ କରି ନିଜ ପେଟ ପୋଷିବା ସହ ଆଉ ଦଶଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରି ପାରିଛନ୍ତି ।

ଉନ୍ନତ ପ୍ରଣାଳୀ ପରିବା ଚାଷ ପାଇଁ ପର୍ଜଙ୍ଗ ଅଞ୍ଚଳରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି ସେ।

ବିମୁଦ୍ରିକରଣ ସମୟରେ ପରିବା ଚାଷ କରି କ୍ଷତି ସହିଥିଲେ। ତେବେ ଏଥିରେ ଭାଙ୍ଗି ନପଡ଼ି ଉନ୍ନତ ପ୍ରଣାଳୀରେ ଚାଷର ତାଲିମ ପାଇଁ ସେ କର୍ଣ୍ଣାଟକର ମହିଶୂର ଯାଇଥିଲେ। ସେଠାରେ ଦୁଇ ମାସର ତାଲିମ ନେଇ ଓଡ଼ିଶା ଆସି ପରିବା ଚାଷ ଆରମ୍ଭ କରିଥିଲେ। ତାଙ୍କ ସୂଚନା ମୁତାବକ ସେ ଚଳିତ ବର୍ଷ କରିଥିବା ଟଙ୍କା ଖର୍ଚ୍ଚ ଉଠାଇ ସାରିଲେଣି।

ଆଗକୁ ଅଧିକ ଜମିରେ ଚାଷ କରିବା ପାଇଁ ଲକ୍ଷ ରଖିଛନ୍ତି। ସରକାରୀ ସ୍ତରରେ ଏହି ସଫଳ ଚାଷୀଙ୍କୁ ସହାୟତା ଯୋଗାଇ ଦେଲେ ସେ ଉପକୃତ ହେବା ସହ ଅନ୍ୟ ବେକାର ଯୁବକମାନେ ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ।

new life
You might also like
error: Content is protected !!