News
WhatsApp Image 2023-10-04 at 17.25.00
samparksetu

ରାଜପଥ ର ଖାଲ ଲୋକଙ୍କ ପାଇଁ ସାଜୁଛି କାଳ

କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି l ସହର ମଧ୍ୟ ଦେଇ ଯାଇଥିବା ଏହି ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନ ଖାଲଖମା ରେ ଭର୍ତି ହୋଇ ଥିବା ବେଳେ ଏଗୁଡିକ ଯୋଗୁ ଅନେକ ଲୋକ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି l

ସହର ର ମଧ୍ୟସ୍ଥଳ ପୋଷ୍ଟଅଫିସ ସାମ୍ନାରେ ଏକ ବିରାଟ ଗାତ ସୃଷ୍ଟି ହୋଇ ଯାତାୟାତ ରେ ଅସୁବିଧା ସୃଷ୍ଟି କରୁଥିବା ବେଳେ ଅନେକ ଲୋକ ଏହି ଗାତ ଯୋଗୁ ଦୁର୍ଘଟଣା ର ଶିକାର ହେଉଛନ୍ତି l ଏହି ରାସ୍ତା ଦେଇ ପ୍ରଶାସନ ର ବଡ଼ବଡ଼ିଆ ଅଧିକାରୀ ମାନେ ଦୈନିକ ଯିବାଆସିବା କରୁଥିବା ବେଳେ ଖାଲ ଗୁଡିକ ର ମରାମତି ପାଇଁ କୌଣସି ଦୃଷ୍ଟି ଦେଉନାହାନ୍ତି l ଯାହାକୁ ନେଇ ସହର ବାସୀ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏହି ଖାଲଗୁଡିକ ର ମରାମତି କରିବା ପାଇଁ ସହରବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି l

new life
You might also like
error: Content is protected !!