News
WhatsApp Image 2023-10-04 at 17.25.00
samparksetu

ରୁଷ ଏବଂ ୟୁକ୍ରେନ ସଙ୍କଟ ବିଷୟରେ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ବିଶ୍ଵ ପ୍ରମୁଖଙ୍କର ସତର୍କବାର୍ତ୍ତା

ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ଏକ ପ୍ରେସ ବିବୃତିରେ କହିଛନ୍ତି, “ବହୁ ବର୍ଷ ଧରି ମୁଁ ଦୁନିଆର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସୂଚିତ କରାଇ ଆସୁଛି ଯେ ସେମାନେ ବିଂଶ ଶତାବ୍ଦୀରେ ଘଟିଥିବା ଦୁଇଟି ବିନାଶକାରୀ ବିଶ୍ଵଯୁଦ୍ଧ ସମ୍ବନ୍ଧରେ ଇତିହାସର ଶିକ୍ଷାକୁ ମନେ ପକାଇବା ଉଚିତ୍ । ଏହି ପରିପ୍ରେକ୍ଷୀରେ ମୁଁ ବିଭିନ୍ନ ରାଷ୍ଟ୍ରର ନେତାମାନଙ୍କୁ ଚିଠି ଲେଖୁଥୁଲି ଯେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ ସ୍ଥାପିତ କରିବା ସହ ବିଶ୍ବ ଶାନ୍ତି ଓ ନିରାପତାକୁ ପ୍ରାଥମିକତା ଦିଆଯାଉ ।

ସେମାନେ ସେମାନଙ୍କର ଜାତୀୟ ତଥା ନ୍ୟସ୍ତ ସ୍ୱାର୍ଥକୁ ଅଲଗା ରଖନ୍ତୁ । ଅତ୍ୟନ୍ତ ଦୁଃଖର ବିଷୟ ଯେ ବର୍ତମାନ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହୋଇଛି । ପରିସ୍ଥିତି ଅତ୍ୟନ୍ତ ଗୁରୁତର ଏବଂ ବିପଦପୂର୍ଣ୍ଣ ହୋଇପଡ଼ିଛି । ଅଧୂକନ୍ତୁ ରୁଷ ସରକାରଙ୍କ ପରବର୍ତୀ ପଦକ୍ଷେପ ଏବଂ ନାଟୋ ତଥା ପ୍ରମୁଖ ଶକ୍ତିର ପ୍ରତିକ୍ରିୟା ଉପରେ ନିର୍ଭର କରୁଛି । ଏହା ଆହୁରି ବ୍ୟାପକ ହୋଇପାରେ । ଅବଶ୍ୟ ଯେ କୌଣସି ପଦକ୍ଷେପର ପରିଣାମ ଭୟଙ୍କର ଏବଂ ବିନାଶକାରୀ ହେବ ।

ତେଣୁ ସମୟର ଗୁରୁତ୍ଵପୂର୍ଣ ଆବଶ୍ୟକତା ଯେ ପରବର୍ତୀ ଯୁଦ୍ଧ ଏବଂ ହିଂସାକୁ ଏଡ଼ାଇବା ପାଇଁ ସମସ୍ତ ସମ୍ଭବ୍ୟ ପ୍ରୟାସ କରାଯାଉ । ଦୁନିଆକୁ ବିପର୍ଯ୍ୟୟର ସୀମାରୁ ପଛକୁ ଫେରାଇ ଆଣିବାର ଏବେ ସମୟ ଅଛି । ତେଣୁ ମାନବିକତା ପାଇଁ ମୁଁ ରୁଷ, ନାଟୋ ଏବଂ ସମସ୍ତ ପ୍ରମୁଖ ଶକ୍ତିମାନଙ୍କୁ ଅନୁରୋଧ କରୁଛି ଯେ କଳହକୁ ଦୂର କରିବା ପାଇଁ ଚେଷ୍ଟା କରିବା ସହ ଏ ଦିଗରେ କୁଟନୀତିକ ମାଧ୍ୟମରେ ଶାନ୍ତି ପୂର୍ବ ସମାଧାନ ପାଇଁ ବଳିଷ୍ଠ କାର୍ଯ୍ୟକରିବା ଆବଶ୍ୟକ । ଅନ୍ତରୂ ଅହମଦିୟା ମୁସଲିମ ସଂଗଠନର ପ୍ରମୁଖ ଭାବରେ ମୁଁ ବିଶ୍ବର ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ସେମାନେ ଶାନ୍ତି ପ୍ରତିଷ୍ଠାକୁ ପ୍ରାଧାନ୍ୟତା ଦିଅନ୍ତୁ,ସମସ୍ତ ମାନବ ଜାତିର କଲ୍ୟାଣ ପାଇଁ ସେମାନଙ୍କର ଜାତୀୟ ସ୍ବାର୍ଥ ଏବଂ ଶତ୍ରୁତାକୁ ଅଲଗା ରଖନ୍ତୁ । ସେଥିପାଇଁ ମୁଁ ଆନ୍ତରିକତାର ସହ ପ୍ରାର୍ଥନା କରୁଛି ଯେ ସମଗ୍ର ଦୁନିଆର ନେତାମାନେ ବୁଝିସୁଝି କାମ କରନ୍ତୁ ।

ମାନବ ଜାତିର କଲ୍ୟାଣ ପାଇଁ ପ୍ରୟାସ କରନ୍ତୁ । ମୁଁ ପ୍ରାର୍ଥନା କରୁଛି ଯେ ଦୁନିଆର ନେତାମାନେ ଏବେ ଏବଂ ଭବିଷ୍ୟତରେ ଯୁଦ୍ଧ, ରକ୍ତପାତ ଏବଂ ବିନାଶକାରୀ ବିପଦରୁ ମାନବ ଜାତିର ସୁରକ୍ଷା ପାଇଁ ପ୍ରୟାସ କରନ୍ତୁ । ତେଣୁ ହୃଦୟର ଗଭୀରତାରୁ ମୁଁ ପ୍ରର୍ଥନା କରୁଛି ଯେ ପ୍ରମୁଖ ଶକ୍ତି ଏବଂ ସେମାନଙ୍କର ସରକାରମାନେ ଏପରି ପଦକ୍ଷେପ ନ ନିଅନ୍ତୁ ଯାହା ଆମ ପିଲାମାନଙ୍କର ଭବିଷ୍ୟତକୁ ଧ୍ବଂସ କରିବାରେ ସହଯୋଗ ହେବ ।

ବରଂ ସେମାନଙ୍କର ପ୍ରତ୍ୟେକ ପ୍ରୟାସ ଏବଂ ପ୍ରେରଣା ନିଶ୍ଚିତ ହେବା ଉଚିତ୍ ଯେ ଆମେ ସେମାନଙ୍କୁ ଓସିଅତ କରିଯିବା ଯେକି ଆମ ପରେ ଶାନ୍ତି ଏବଂ ସମୃଦ୍ଧିର ପରିବେଷ ଛାଡ଼ିଯିବେ । ମୁଁ ପ୍ରର୍ଥନା କରୁଛି ଯେ ବିଶ୍ବର ନେତାମାନେ ସମୟ ଏବଂ ମୂଲ୍ୟର ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ । ସବୁଠାରୁ ବଡ଼ କଥା ହେଲା, ବିଶ୍ଵରେ ଶାନ୍ତି ଏବଂ ସ୍ଥିରତା ନିଶ୍ଚିତ କରିବା ସେମାନଙ୍କର ପରମ କର୍ତବ୍ୟ । ସର୍ବଶକ୍ତିମାନ ଅଲ୍ଲା ସମସ୍ତ ନରୀହ ଏବଂ ପଥଭ୍ରଷ୍ଟ ଲୋକମାନଙ୍କୁ ସୁରକ୍ଷା ଦିଅନ୍ତୁ ଏବଂ ଦୁନିଆରେ ସତ୍ୟ ଏବଂ ସ୍ଥାୟୀଶାନ୍ତି ପ୍ରତିଷ୍ଠା କରନ୍ତୁ । ଆମିନ। ଏହା ହିଁ ହେଉ ।

✍🏿 ଅନସାର୍ ଅଲୀ ଖାଁ

new life
You might also like
error: Content is protected !!