News
WhatsApp Image 2023-10-04 at 17.25.00
samparksetu

କଟକ ମୋ ଜିଲ୍ଲା

କଟକ ଅଟଇ  ଜିଲ୍ଲାଟି ମୋହର
                   ଅତି ପୁରାତନ  ସ୍ଥାନ
ଓଡିଶା ରାଜ୍ୟର  ପ୍ରଧାନ ଜିଲ୍ଲା ସେ
                ଅଟେ ମୋ ଜିଲ୍ଲା ମହାନ l
କେତେ ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ଡିତ
.                   ଜନମ ଲଭି ଏ ସ୍ଥାନେ
ଚିର ସ୍ମରଣୀୟ ହୋଇ ରହିଛନ୍ତି
                    ଇତିହାସ ରଖେ ମନେ l

ନେତାଜୀ ସୁବାଷ ମଧୁ ବାରିଷ୍ଟର
                     ଆଦି ଯେତେ ବରପୁତ୍ର
ପଲିକବି ଗଣକବି ଜନ୍ମ ସ୍ଥାନ
                    ଅଟେ ଏ ମାଟି ପବିତ୍ର l
ଓଡ଼ିଶା ରାଜ୍ୟର  ରାଜଧାନୀ ରୂପେ
                     ରହିଥିଲା ବହୁ ଦିନ 
ବାରବାଟୀ ଦୁର୍ଗ ସ୍ମୃତି ବହୁଅଛି
                     କୀର୍ତ୍ତି ଗୌରବ ମାନ l

ମହାନଦୀ କାଠଯୋଡ଼ି ବହୁଅଛି
                     ବିରୂପା ଓ ଚିତ୍ରତୋଳା
କୃଷି ପ୍ରଧାନ ଏ ଜିଲ୍ଲାଟି ଆମର
                      ପ୍ରସିଦ୍ଧ ସାହିତ୍ୟ କଳା l
ଉଚ୍ଚ ନ୍ୟାୟଳୟ ଆମରି ଗରବ
                     ବଡ଼ ମେଡିକାଲ ଥାଇ
ରେଭେନସା କଲେଜ ଅବସ୍ଥିତ ଏଠି
                     ଶିକ୍ଷା ସାଧନର  ପାଇଁ l

ଧାନ ଗବେଷଣା କେନ୍ଦ୍ରଟି ରହିଛି
                      ଦେଶରେ ଗୋଟିଏ ସ୍ଥାନ
ଅତି ପୁରାତନ କଟକ ସହର
                     ଶିକ୍ଷା ସଭ୍ୟତାର ପ୍ରାଣ l
କଟକ ଅଟେ ହଜାରେ ବର୍ଷର
                      ପୁରୁଣା ବଡ଼  ସହର
ରୁପା ତାରକସି କାମ ପାଇଁ ବିଶ୍ୱେ
                     ଖ୍ୟାତି  ରହିଛି ତାହାର    l

ବାରବାଟୀ ଷ୍ଟାଡିଅମ ଉଭାଅଛି
                     ଦେଶରେ ସେ  ଅନ୍ୟତମ
ଅନ୍ତର୍ଜାତୀୟ କ୍ରିକେଟ ଖେଳ ହୁଏ
                      ରାଜ୍ୟରେ ତାହା ପ୍ରଥମ l
କଟକ ଚଣ୍ଡୀ ମା  ମନ୍ଦିର ରହିଛି
                       ମାଆ ସେ କରୁଣାମୟୀ
ଧବଳେଶ୍ୱରରେ ବାବା ଭୋଳାନାଥ
                       ପୂଜା ସେଠି ପାଉଥାଇ l
ବହୁ ପୁରାତନ ଅଟେ ସେ ଉତ୍ସବ
                       ବାଲିଯାତ୍ରା ତାର ନାମ
ସାଧବ ପୁଅର ଗାରିମା ବଖାଣେ
                        ଯାତରା ସେ ବଡ଼ ଆମ l

ଶାରଦୀୟ ଦୁର୍ଗାପୂଜା ହୋଇଥାଏ
                         ଅତି ଯାକ ଜମକରେ
ଶହ ଶହ ମେଢ଼ ସହରେ ପୂଜିତ
                         ଭସାଣି ମୋହିତ କରେ  l
ଦୂରଦର୍ଶନ ଓ ବେତାର କେନ୍ଦ୍ରଟି
                          ଅଟେ ଅତି ପୁରାତନ
ରାଜ୍ୟେ  ପ୍ରଥମ ଏ ଦୁଇ ଅନୁଷ୍ଠାନ
                          ଅଟେ ଜିଲ୍ଲା ସ୍ୱାଭିମାନ l

ବାଣିଜ୍ୟ ବେପାର ପ୍ରାଣ କେନ୍ଦ୍ର ରୂପେ
                            ଜଣା ଏ ସାରା ରାଜ୍ୟରେ
ମାଲଗୋଦାମ ଅଟଇ ସେଇ ସ୍ଥାନ
                            ଜିନିଷ ମିଳେ ଶସ୍ତାରେ l
ତିନି ପାର୍ଶ୍ୱ  ଜଳରାଶି ଘେରି ଅଛି
                              ଆଡି ବନ୍ଧ ତାର ସାହା
ବାଇ ମୁଣ୍ଡି ଯୋଗୁଁ କଟକ ସହର
                              ବଂଚିଛି ମନେ  ରଖିଥା l          

ଜନମ ଲଭିଛି  କଟକ ଜିଲାରେ
                    ଗାଉଛି ତା ଗୁଣ ଗାନ
ଭାଷା ପରମ୍ପରା ସଂସ୍କୃତି ନିଆରା
                      ସବୁ ପରା ତା  ମହାନ  l

✍️ସରୋଜ ସାହୁ

new life
You might also like
error: Content is protected !!