News
WhatsApp Image 2023-10-04 at 17.25.00
samparksetu

ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା,ଏକ ଉଦୀୟମାନ ଫୁଟବଲ ଟିମ୍

ଫୁଟବଲ ହେଉଛି ସମସ୍ତ କ୍ରୀଡା ମଧ୍ୟରେ ଖୁବ ଲୋକପ୍ରିୟ ଖେଳ। ଏହି ଖେଳର ଇତିହାସ ବହୁତ ପୁରୁଣା, ଫୁଟବଲ୍ ପ୍ରତିଷ୍ଠାନ ଫିଫା ଅନୁଯାୟୀ ଏହି ଖେଳ ଚୀନରେ ଆରମ୍ଭ ହୋଇଥିଲା। ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି କ୍ରୀଡ଼ା ଇଂଲଣ୍ଡର ସରକାରୀ ବିଦ୍ୟାଳୟରେ ପ୍ରଥମେ ଆରମ୍ଭ ହୋଇଥିଲା, ଫୁଟବଲ ଖେଳର ନିୟମ ସର୍ବପ୍ରଥମେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଗଢ଼ା ଯାଇଥିଲା। ଏହି ନିୟମ ପ୍ରସ୍ତୁତ କରାଯିବାରେ ଫୁଟବଲ୍ ପ୍ରତିଷ୍ଠାନ ମଧ୍ୟ ଜଡ଼ିତ ଥିଲା, କିନ୍ତୁ ଆଜିକାଲି ଆଧୁନିକ ଫୁଟବଲ ଖେଳର ନିୟମ ଇଂଲଣ୍ଡରେ ଫୁଟବଲ୍ ଆସୋସିଏସନ୍ ଦ୍ୱାରା ପ୍ରଣୟନ କରାଯାଇଥିଲା। ୧୮୮୩ ମସିହାରେ ଗଠନ କରାଯାଇଥିବା “ଲ’ଜ୍ ଅଫ୍ ଦ ଗେମ୍” (କ୍ରୀଡ଼ା ଆଇନ୍) ଆଧାରରେ ଏହି ଖେଳ ଅନୁଷ୍ଠିତ ହେଉଛି। ଏହି କ୍ରୀଡ଼ାକୁ ଲୋକପ୍ରିୟ କରିବା ପାଇଁ ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଫୁଟବଲ୍ ଆସୋସିଏସନ୍ (ଫିଫା) ଆନ୍ତର୍ଜାତୀକ ଫୁଟବଲ୍ ସଂସ୍ଥା ୧୯୦୪ ମସିହାରେ ଗଠନ କରାଯାଇଥିଲା।

ଆନନ୍ଦର କଥାଯେ ଭାରତବର୍ଷରେ ଏହି ଖେଳର ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏହା ଆମର ବିଡମ୍ବନା ଯେ ଆମ ଦେଶରେ ଏହି କ୍ରୀଡ଼ାକୁ ନେଇ ଉତ୍ସାହ ଥିଲେ ମଧ୍ୟ ଆଗ୍ରହ ରଖୁଥିବା ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ତଥା ଆବଶ୍ୟକ ସହାୟତା ନମିଳିବାରୁ ଉଦୀୟମାନ ଖେଳାଳିମାନେ ଦାରିଦ୍ର୍ୟ ଓ ବେକାରି ସମସ୍ୟା ସହିତ ସଂଘର୍ଷ କରି କରି କୁଆଡେ଼ ଯେ ଉଭାନ ହୋଇ ଯାଉଛନ୍ତି ତାହା ବାସ୍ତବିକ ଚିନ୍ତାର ବିଷୟ।
ପ୍ରିୟ ପାଠକ ବନ୍ଧୁ ! କିଛି ଦିନ ତଳର କଥା, ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ଢେଙ୍କାନାଳର ପ୍ରତିଭାବାନ ଯୁବ କ୍ରୀଡାବିତମାନଙ୍କ ଖେଳ ଦେଖିବାକୁ ମିଳିଲା। ଏହା ଦେଖି ମୁଁ ହୃଦୟଙ୍ଗମ କଲି ଯେ ଏହି ଖେଳାଳିମାନଙ୍କୁ ଯଥାରୀତି ପ୍ରଶିକ୍ଷଣ ମିଳିଲେ ସେମାନେ ନିଶ୍ଚୟ ରାଜ୍ୟ ଓ ଦେଶ ପାଇଁ ପଦକ ହାସଲ କରି ହୃତ ଗୈାରବ ଫେରାଇ ଆଣି ପାରିବେ।

ଏହି କ୍ଲବ ଅଧିନରେ ବର୍ଷ ୨୦୨୧-୨୪ ପାଇଁ ମନୋନୀତ ହୋଇଥିବା ଖେଳାଳିମାନେ ହେଲେ  ଗୋଲ୍ କିପର୍ ଶେଖ୍ ହଲିମ୍ ଅହମଦ୍ (ଅଧିନାୟକ), ଡିଫେନ୍ଡର୍ ମହମୁଦ୍ ଖାଁ, ଜକାତୁଲ୍ଲାହ୍ ଖାଁ,ବେଶାରତ୍ ଖାଁ,ନଇମ୍ ଖାଁ, ୩ୟ ହାଫ୍ କରିମ୍ ଖାଁ,ସୁଲେମନ୍ ଅହମଦ୍, ମୁହମ୍ମଦ୍ ମୁବେଶର୍, ୩ୟ ଫରୱର୍ଡ୍ ବଶାରତ୍ ଖାଁ,ଶେଖ୍ ମୁଜାହିର ଅହମଦ୍ ତଥା ହମାଦ୍ ଅହମଦ୍, ଏବଂ ବୈକଳ୍ପିକ ଖେଳାଳି ଭାବେ ରହିଛନ୍ତି ଶେଖ୍ ୟୁସୁଫ,ମାଜ୍ ଅହମଦ୍, ଆତ୍ମନ୍ କୁମାର୍,ସୁନିଲ୍ ରାଉତ,ଶେଖ୍ ତାହିର୍,ରାଜେନ୍ଦ୍ର ସେଠି ପ୍ରମୁଖ।

ଅନେକ ସମୟରେ ଖେଳର ନିୟମ ସମ୍ବନ୍ଧରେ ସ୍ୱଳ୍ପ ଜ୍ଞାନ ରଖିଥିବା ଏହି ଯୁବ ଖେଳାଳିମାନଙ୍କୁ ବିନା ପ୍ରଶିକ୍ଷଣ ରେ ପଡ଼ିଆରେ ଖେଳୁଥିବାର ଦେଖିବାକୁ ମିଳିଥାଏ, ଯାହା ଦର୍ଶକମାନଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥାଏ।

ତେଣୁ ଆଜିକାଲିର କର୍ମଜଞ୍ଜାଳ ବ୍ୟସ୍ତତା ଭିତରୁ ସମୟ ବାହାର କରି ପ୍ରଶାସନ ତଥା କ୍ରୀଡ଼ାପ୍ରେମୀ ବନ୍ଧୁମାନେ ଏହି କ୍ରୀଡ଼ାବିତମାନଙ୍କ ପ୍ରତିଭାକୁ ଖେଳ ପଡ଼ିଆରେ ଯାଇ ସ୍ଵଚକ୍ଷୁରେ ଦେଖି ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ଶାରିରୀକ ଓ ମାନସିକ ସ୍ଫୁର୍ତ୍ତି ଆଣିପାରିବେ।

ଏଠାରେ ଉଲ୍ଲେଖଯୋଗ୍ୟ, ସାରଳା କ୍ଲବର ଏହି କ୍ରୀଡ଼ାବିତମାନେ ଜିଲ୍ଲା ସ୍ତରରେ,ରାଜ୍ୟ ସ୍ତରରେ ତଥା ରାଜ୍ୟ ବାହାରେ ମଧ୍ୟ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଅନେକ ସୁନାମ ଅର୍ଜନ କରି ପାରିଛନ୍ତି। ସୁତରାଂ ଏହି ଯୁବ ପ୍ରତିଭାମାନଙ୍କ ପ୍ରତି ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଯଥୋଚିତ ଧ୍ୟାନ ଦେଲେ କ୍ରୀଡ଼ା ଜଗତରେ ରାଜ୍ୟ ତଥା ଦେଶର ଅବଶ୍ୟ ସୁନାମ ହେବ, ଏଥିରେ କୈାଣସି ସନ୍ଦେହ ନାହିଁ।

✍🏿 ଅନସାର୍ ଅଲୀ ଖାଁ

new life
You might also like
error: Content is protected !!