ତୁମରି ଠିକଣା ଭୁଲିଯାଇଅଛି
ମନେପଡେ ତୁମ ସ୍ମୁରତି!
ମୋ ଭାଗ୍ୟ ଆକାଶେ ଲଘୁଚାପବର୍ଷା
ଅଦିନେ ଆଣିଲା ବିପତ୍ତି !!
ତୁମ ଅଗଣାରେ ଦୁବଘାସ ହୋଇ
ସର୍ବଦଳା ମୁଁ ସାଜିଛି !
ମୋ ଅଗଣାର ତୁଳସୀ ମୂଳରେ
ମିଞ୍ଜିମିଞ୍ଜି ସଂଜ ଜଳୁଛି !!
ସ୍ନାନକରି ତୁମେ ଶୁଦ୍ଧପୂତ ହୋଇ
ନରେନ୍ଦ୍ର ରେ ବୁଡ଼ ପକାଇ !
ନିତ୍ୟ ମାନସିକ କରିଆଜିତୁମେ
ଜଉଘରେ ମୋତେ ପୁରାଇ !!
ତୁମେସେଠି କିଣ ସପନମହଲା
ଜହ୍ନ କୁ ବାଜି ଲଗାଇ !
ମୋ ସଉଦାକିଣା ଭୋକର ଚାଦରେ
ନିଦୁଆ ମୁହଁ ଘୋଡ଼ାଇ !!
ସଞ୍ଜୁଆ ତାରାକୁ ନିମନ୍ତ୍ରଣ ଦେଇ
ନିଦମୋ ଚୋରିକରିଛ !
କୁମ୍ଭକର୍ଣ୍ଣ ନିଦେ ଚିଆଁଇଶୋଇଛ
ବରବାଦୀ ମନାସିଛ !!
✍️ ସୂର୍ଯ୍ୟ ନାୟକ