News
WhatsApp Image 2023-10-04 at 17.25.00
samparksetu

ସବଷ୍ଟେସନକୁ ବିଦ୍ୟୁତ ଯୋଗାଣ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଘଟିପିରି , ଗୋବିନ୍ଦପ୍ରସାଦ , କଳାଙ୍ଗ ,କୋତମ୍ ଆଦି ୪ଟି ପଞ୍ଚାୟତବାସୀ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲଟେଜ ଜନିତ ସମସ୍ୟା ଭୋଗୁଛନ୍ତି ।

ଏହି ଅଞ୍ଚଳ ଗୁଡ଼ିକର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଘଟିପିରି ଅମାନ୍ତିପଡ଼ା ଠାରେ ବିଦ୍ୟୁତ ଗ୍ରୀଡ଼ ସବଷ୍ଟେସନ ୩ ବର୍ଷ ହେବ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ ।

ନୂତନ ଭାବେ ନିର୍ମାଣଧୀନ ସବଷ୍ଟେସନକୁ ବିଦ୍ୟୁତ ତାର ଟଣାଯିବା ପାଇଁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ଅଦ୍ୟାବଧି ଖୁଣ୍ଟପକା କାର୍ଯ୍ୟ ସାରିପାରି ନାହିଁ ।

ଏହାକୁ ନେଇ ଅଞ୍ଚଳବାସୀ ରାଜନେତାଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି ଅଞ୍ଚଳବାସୀ କୌଣସି ସୁଫଳ ପାଇପାରିନାହାନ୍ତି ।

ତୁରନ୍ତ ଏହି ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ନିର୍ମାଣ କରାଯାଇଥିବା ସବଷ୍ଟେସନ କୁ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆନ୍ଦୋଳନ ହେବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!