News
WhatsApp Image 2023-10-04 at 17.25.00
samparksetu

ଘୋଷଯାତ୍ରା

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ।ନନ୍ଦିର ଅର୍ଥ ହେଉଛି ଆନନ୍ଦ।ଆନନ୍ଦ ଜନକ ଘୋଷ ଯାହାର ସେ ହଉଛି ନନ୍ଦିଘୋଷ।ଘୋଷ ଯାତ୍ରାର ଅନ୍ୟନାମ ଶ୍ରୀଗୁଣ୍ଡିଚା ଯାତ୍ରା।ଶ୍ରୀ ଅର୍ଥ ଲଷ୍ମୀ ଓ ଗୁଣ୍ଡିଚା ଅର୍ଥ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ପାଟରାଣୀ ଶ୍ରୀ ଜୀଉଙ୍କ ମାଉସୀ ଙ୍କ ନାମ।ଶ୍ରୀଲଷ୍ମୀଙ୍କ ଙ୍କୁ ଏକାକୀ ଶ୍ରୀମନ୍ଦିରରେ ଛାଡ଼ି ପ୍ରଭୁ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ନବାଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯାତ୍ରା କରନ୍ତି।ଦ୍ଵାଦଶ ଯାତ୍ରାର ଏ ହେଉଛି ଏକ ଯାତ୍ରା।ଘୋଷ ବା ଘୋ ଘୋ,ଉଚ୍ଚ ଧ୍ୱନୀ, ଚିତ୍କାର ବା ଗର୍ଜନ ।

ପ୍ରଭୁ ଲୀଳାମୟ ଠାକୁର ଜଗନ୍ନାଥ ଯେଉଁ ରଥରେ ଯାତ୍ରା କରନ୍ତି ସେହି ରଥ ହେଉଛି ନନ୍ଦିଘୋଷ।ଶିବଙ୍କର ଦ୍ୱାରପାଳ ନନ୍ଦି।ନନ୍ଦିଙ୍କର ଭୟଙ୍କର ରଡି ଶୁଣି ରାବଣ ଯେପରି ପଳାୟନ କରିଥିଲା ସେହିପରି ରଥ ଚକର ଘର୍ଘର ଘୋଷ ବା ଶବ୍ଦ ଶୁଣି ରାବଣ ଭଳି ଅଧମ ମାନଙ୍କର ମନରେ ଭୀତି ବା ଭୟ ସଂଚାର ହୁଏ ବୋଲି କୁହାଯାଏ।

ଯେଉଁମାନେ ପ୍ରଭୁଙ୍କ ଶରଣାଗତ ସେମାନଙ୍କ ନିକଟରୁ ପାର୍ଥିବ ବିଷ ହରଣ ହୁଏ।ଆଧ୍ୟାତ୍ମିକ ଚେତନା ର ବିକାଶ ଘଟେ।ନନ୍ଦିଘୋଷ ରଥର ଉଚ୍ଚ ଧ୍ୱନିରେ ଆନନ୍ଦର ଘୋଷରେ ପରିଣତ ହୁଏ।ବିଶ୍ୱର ମଙ୍ଗଳ ସାଧନ କରେ।ଘୋଷ ଶବ୍ଦର ଅର୍ଥ ଉଦଘୋଷଣା। ଉତ୍କଳୀୟ ପରମ୍ପରା ରେ ଏହି ଘୋଷଯାତ୍ରା ସତ୍ୟ,ଧର୍ମ, ନ୍ୟାୟ,ଐକ୍ୟ,ଶାନ୍ତି, ପ୍ରେମ ଓ ଆଦର୍ଶର ବାର୍ତ୍ତା ହଁ ବହନ କରେ।
  

✍️ଅଶୋକ ମହାରଣା

new life
You might also like
error: Content is protected !!