News
WhatsApp Image 2023-10-04 at 17.25.00
samparksetu

ଅବ୍ୟବସ୍ଥାରେ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ; ଡାକ୍ତର ନ ଆସିବାରୁ ରୋଗୀ ଦେଖୁଛନ୍ତି ଏନଏମ ଦିଦି

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଅନ୍ତର୍ଗତ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସରକାର ପରିଚାଳନା ପାଇଁ ଢେ଼ଙ୍କାନାଳ ସ୍ଥିତ ନ୍ୟୂ ଇଣ୍ଡିଆ ଏକ ଏନଜିଓ କୁ ଦେଇଛନ୍ତି । ଏଠାରେ ଜଣେ ଏମବିବିଏସ ଓ ଆୟୁଷ ଡାକ୍ତର ନିଯୁକ୍ତ ଦେଇଛନ୍ତି ।

ଏମବିବିଏସ ଡାକ୍ତର ସପ୍ତାହ କୁ ତିନି ଦିନ ଆସିବା ବେଳେ ଆୟୁଷ ଡାକ୍ତର ପ୍ରତ୍ୟେକ ଦିନ ରୁହନ୍ତି କିନ୍ତୁ ଏବେ କିଛି ଦିନ ହେଁ ଦେଖିବାକୁ ମିଳୁଛି ଯେ ଡାକ୍ତରଖାନାରେ କୋଣସି ଡାକ୍ତର ରହୁ ନାହାନ୍ତି ।

ଏ ବିଷୟରେ ଏନଜିଓ ମାଲିକ ଙ୍କୁ ପଚାରିଲେ କହୁଛନ୍ତି ସେ ସରକାରଙ୍କୁ ଅବଗତ କରିଛନ୍ତି ଆଉ ଡାକ୍ତରଖାନା କୁ ନଚଳେବା ପାଇଁ ।

କୋରନା ସମୟରେ ରୋଗୀମାନେ ଡାକ୍ତରଖାନା ଆସି ଫେରୁଛନ୍ତି । ଗତ ୩ ଦିନ ତଳେ ଜଣେ ଫାର୍ମାସିଷ୍ଟ ଚାକିରୀ ଛାଡି ଦେଇ ଗଲା ବେଳେ ଅଣ ଅଭିଜ୍ଞ ଙ୍କୁ ନିଯୁକ୍ତି ମିଳିଛି । ଏବେ ଡାକ୍ତର ଙ୍କ ଅନୁପସ୍ଥିତରେ ଏନଏମ ଓ ରକ୍ତ ମଳ ମୂତ୍ର ପରୀକ୍ଷା କରୁଥିବା କର୍ମଚାରୀ ରୋଗୀ ଦେଖୁଛନ୍ତି ।

ଯାହା ଶୁଣିବାକୁ ମିଳୁଛି ଏନଜିଓ ମାଲିକ ମେଡ଼ିସିନ ଷ୍ଟକ ନସାରି ଲୋକଙ୍କୁ ଫରେଇବାକୁ କହିବାରୁ ଆୟୁଷ ଡାକ୍ତର ଓ ପୂର୍ବତନ ଫାର୍ମାସିଷ୍ଟ ଙ୍କ ମଧ୍ୟରେ ମତଭେଦ ଉପୁଜିଛି । ଏନଜିଓ ମାଲିକ କାମକରୁଥିବା କର୍ମଚାରୀ ଙ୍କ ମଧ୍ୟରେ ଦୁଇ ଗୋଷ୍ଠି କରି ବି ବିବାଦ ସୃଷ୍ଟି କରି ସରକାର ଦେଉଥିବା ମେଡିସିନି ଷ୍ଟକ ନ ସାରି ମିଛ ବିଲ କରିବା ପାଇଁ ଯୋଜନା କରୁଛନ୍ତି ।

ଏଠାରେ ପ୍ରଶ୍ନ ସରକାର ଗ୍ରାମଞ୍ଚଳରେ ଥିବା ଡାକ୍ତରଖାନା ଚେଳେଇବା ପାଇଁ କାହିଁକି ହାତ ଟେକି ଦେଇଛନ୍ତି । କୋଭିଡ଼ି ସମୟରେ ଡାକ୍ତରଖାନା ରେ ରୋଗୀ ସେବା ସମ୍ପୂର୍ଣ୍ଣ ଠପ ହେଇଯାଇଛି । ଏଥିରେ ସରକାର ତୁରନ୍ତ ହସ୍ତକ୍ଷେପ କରି ରୋଗୀ ମାନଙ୍କ ସ୍ୱାର୍ଥ ରକ୍ଷା କରନ୍ତୁ । ଏହିଠାରେ କହିରଖୁଚୁ ଯେ ଖଙ୍କିରା ଡାକ୍ତରଖାନା ଆୟୁଷ ଡାକ୍ତର ଙ୍କ ନେତୃତ୍ୱରେ ୨୦୨୧ ମେ ମାସ ସୁଦ୍ଧା ୬୦ ଟି ପିଲା ଜନ୍ମ ହେଇଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରୋଗୀସେବା ଜରିକରିବାକୁ ଜନସାଧାରଣ ରେ ଦାବି ହେଉଛି

new life
You might also like
error: Content is protected !!