News
WhatsApp Image 2023-10-04 at 17.25.00
samparksetu

ମଦୁଆ ସ୍ୱାମୀ ମାଡ଼ ମାରି ସ୍ତ୍ରୀ କୁ ତଡିଲା, ଶିଶୁ ପୁତ୍ରର ଜୀବନ ଶଙ୍କଟାପର୍ଣ୍ଣ

ସଦର ବ୍ଲକ ବାଣସିଂହ ପଂଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମର କାଳିଆ ଭୋଇଙ୍କ ଝିଅ ଟିକିନା ର ୬ ବର୍ଷ ପୂର୍ବରୁ ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା କଣ୍ଟାମଳିଆ ଗ୍ରାମ ନିବାସୀ ବାଜିଆ ଭୋଇଙ୍କ ପୁତ୍ର କାମନ ଭୋଇଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା ।

ଜାନିଯୌତୁକ ସହିତ ୩୦ ହଜାର ଟଙ୍କା ବି ଦେଇଥିଲେ । ମାତ୍ର ଝିଅ ଘର ଲୋକ ଜାଣିନଥିଲେ ଯେ କାମନ ଜଣେ ନୀତି ଦିନର ମଦ୍ୟପ ବୋଲି ।

ଆରମ୍ଭ ଦିନ ଠାରୁ ମାଡ଼ ଗାଳି ସହି ଆସୁଛି ଟିକିନା । ୨୦୧୮ ମସିହାରେ ପୁତ୍ର ଜନ୍ମ ହେଲା ପରଠାରୁ ଟିକିନା ମାଡ଼ ଗାଳିର ପ୍ରତିବାଦ କରି ଅନେକ ଥର ଗ୍ରାମର ଭଦ୍ରଲୋକଙ୍କ ଠାରୁ ଆରମ୍ଭ କରି ନିହଲପ୍ରସାଦ ଥାନା ପର୍ଯ୍ୟନ୍ତ ଦୌଡ଼ିଛି ।

ମାତ୍ର କେହି ଟିକିନାର ଗୁହାରି ଶୁଣି ନାହାଁନ୍ତି । ଗତ ମଇ ୧୩ ତାରିଖ ଦିନ ଶାଶୂଘର ଲୋକ ଟିକିନାକୁ ମାରି ଜଙ୍ଗଲ ରେ ଫିଙ୍ଗିଦେବାର ମସୁଧା କରିଥିଲେ ।ସେଦିନ ଶିଶୁ ପୁତ୍ରକୁ ଲୁଚାଇ ରଖି ପ୍ରବଳ ମାଡ଼ ଗାଳି କଲେ । ପରେ ଟିକିନା ନିଜ ବାପ ଭାଇ ଙ୍କୁ ଡାକିଲା ଏବଂ ପୋଲିସ ସହିତ ସେମାନେ ପହଂଚିଥିଲେ ।ପୋଲିସଙ୍କ ସାମ୍ନାରେ ମଧ୍ୟ ମାଡ଼ମାରି ଚାଲିଥିଲେ ।

ବାପ ଭାଇଙ୍କୁ ପ୍ରତିବାଦ କରିବା ମନା କରିବା ସହିତ ନିରବ ଦ୍ରଷ୍ଟା ସାଜିଥିଲା ସ୍ଥାନୀୟ ପୋଲିସ । ଶେଷରେ ରାତି ଅଧରେ ଟିକିନା କୁ ବାପ ଘରକୁ ଆଣିଲେ ଏବଂ ପୋଲିସ କମାନଙ୍କୁ କହିଥିଲେ ଶିଶୁ ପୁତ୍ର କୁ ତୁରନ୍ତ ଥାନାରେ ପହଞ୍ଚାଇଲେ ତାର ମା’ କୁ ହସ୍ତାନ୍ତର ହେବ, ଯେହେତୁ ଶିଶୁଟି ମା’ କ୍ଷୀର ଛାଡ଼ିନଥିଲା । ଏହା ମଧ୍ୟରେ ଟିକିନା ନିଜ ଶିଶୁ ପୁତ୍ରକୁ ପାଇବାପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ନିହାଲପ୍ରସାଦ ଥାନା, ସଦର ଥାନା, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସମସ୍ତଙ୍କ ଦରଜା ଖଟ ଖଟ କରିଛି ।

ସମସ୍ତେ ଯେପରି ନିଘୋଡ଼ ନିଦ୍ରାରେ । ମାତ୍ର ଟିକିନା ନିଜ ଶିଶୁକୁ ସ୍ତନ୍ୟ ପାନ କରାଇନପାରି ଯେତିକି କଷ୍ଟ ପାଉଛି, ଅପର ପାଖେ ଶିଶୁଟି ମା କ୍ଷୀର ନପାଇ ସେତିକି କଷ୍ଟ ପାଉଥିବ ।ଏବେ ଶୁଣିବାକୁ ମିଳୁଛି ଶିଶୁ ପୁତ୍ରଟି ପ୍ରବଳ ଜ୍ୱରରେ ଆକ୍ରାନ୍ତ ଅଛି । ଜଣେ ମଦ୍ୟପ ବାପ ଶିଶୁର ଦାୟୀତ୍ୱ ନେଇପାରିବ କି ? ଶିଶୁ ପୁତ୍ରକୁ ତୁରନ୍ତ ମା ପାଖରେ ପଞ୍ଚାଇବାପାଇଁ ପୋଲିସ ଏବଂ ପ୍ରଶାସନକୁ ଟିକିନା ପୁଣି ଗୁହାରି କରିଛି ।

new life
You might also like
error: Content is protected !!