News
WhatsApp Image 2023-10-04 at 17.25.00
samparksetu

ସରକାରୀ ସୁବିଧାରୁ ବଞ୍ଚିତ ବୃଦ୍ଧା ବିଧବା ଚନ୍ଦ୍ରିକା

ଅସହାୟଙ୍କ ପାଇଁ ସରକାରଙ୍କ ବହୁ ଯୋଜନା ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନବକିଶୋରପୁର ପଞ୍ଚାୟତ ଅଧୀନ ଖଇରାବହାଳୀ ଗ୍ରାମ( ହରିଜନସାହି) ର ଚନ୍ଦ୍ରିକା ନାଏକ (୬୨) ଙ୍କ ପାଇଁ ୫କେ.ଜି ଚାଉଳ ହିଁ ସାହାଭରସା ।

ସ୍ୱାମୀ ଖଇରା ନାଏକ ଙ୍କ ଦେହାନ୍ତ ପରେ ପୁରା ନିଂସଗ ହୋଇ ଯାଇଛନ୍ତି ସେ । ୪ ଝିଅ ଏବଂ ପୁଅ ବିବାହ କରି ନିଜ ନିଜ ସଂସାରରେ ବ୍ୟସ୍ତ ,ଅଭାଗିନୀ ମା କିଏ ପଚାରେ ? ସ୍ଵାମୀ କରିଥିବା ଘରଖଣ୍ଡିଏ ତାଙ୍କ ଜୀବିତ ଅବସ୍ତାରେ ଭୁଷୁଡ଼ି ଘରଟି ମାଟିରେ ମିଶିଗଲାଣି l ଏବେ ତାଙ୍କ ପାଖରେ ରହିବାକୁ ଘର ଅଛି ନା ବିଧବା ଭତ୍ତା ।ତଥାପି ଏଠିସେଠି ପର ଦୁଆରେ ଆଶ୍ରୟ ନେଉଛନ୍ତି ଅଭାଗିନୀ ଦରିଦ୍ର ଚନ୍ଦ୍ରିକା l ସରକାରୀ ଅଧିକାରୀଙ୍କ ପାଖରେ ଅନେକ ଥର ଅଭିଯୋଗ କରିଲେ ମଧ୍ୟ କୌଣସି ସଫଳତା ମିଳିନି ।

ଅସହାୟ ବିଧବା ମହିଳାଙ୍କୁ ବିଧବା ଭତ୍ତା, ଅନ୍ତଦୋୟ ଯୋଜନା ଏବଂ ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!