News
WhatsApp Image 2023-10-04 at 17.25.00
samparksetu

ପାଣି ପାଇଁ ଗ୍ରାମରେ ହା ହା କାର !

ଢେଙ୍କାନାଳ ଜିଲ୍ଲାରେ ଅନେକ ସ୍ଥାନରେ ପାନୀୟ ଜେଳର ସମସ୍ୟା ଲାଗି ରହିଛି । କେଉଁ ଠାରେ ପ୍ରକଳ୍ପ ନାହିଁ ତ କେଉଁ ଠାରେ ପ୍ରକଳ୍ପ ଥାଇ ମଧ୍ୟ ପାଣି ର ସୁବିଧା ପାଇବାରେ ଲୋକେ ବଂଚିତ ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ କୁକୁଟା ପଞ୍ଚାୟତ ରେ ପାଣି ସମସ୍ୟା ଦେଖିବାକୁ ମିଳିଛି । କୁକୁଟା ପଞ୍ଚାୟତ ର ଜାମ୍ବୁବାହାଳି ସାହି ରେ ପ୍ରାୟ ୩୫ ପରିବାର ଏବେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କୂଅ ଏବଂ ନଳକୂପ ସବୁ ଶୁଖିଲା ପଡିଛି ।

ଉକ୍ତ ପଞ୍ଚାୟତ ରେ ବସୁଧା ଯୋଜନାରେ ଏକ ପ୍ରକଳ୍ପ ନିର୍ମାଣ ହୋଇଛି କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଘରେ ଘରେ ପାଇପ ବିଛା ଶରିଲା ପରେ ମଧ୍ୟ ଜଳ ଯୋଗାଣ ହୋଇପାରୁ ନାହିଁ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଅନେକ ଥର ଅଞ୍ଚଳ ବାସୀ ଗୁହାରୀ କରିଥିଲେ ମଧ୍ୟ କେହି ନ ଶୁଣିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏ ନେଇ ଆମେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି । ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ଆମେ ଚେଷ୍ଟା କରୁଛୁ ୨/୩ ଦିନ ଭିତରେ ପାଣି ଯୋଗାଇ ଦେବାକୁ ।

new life
You might also like
error: Content is protected !!