News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ନିମନ୍ତେ 5T ସଚିବଙ୍କ ସହ ଆଲୋଚନା କଲେ ବିଧାୟିକା

ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଭିଡିଓ କନଫରେନ୍ସିଙ୍ଗ ଯୋଗେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଙ୍କ ସହ ଆଲୋଚନା କରିଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ କୌଣସି ଷ୍ଟାଡ଼ିୟମ ନିର୍ମାଣ ସହ ଉପଯୁକ୍ତ ଭିତ୍ତିଭୂମିର ସୁଯୋଗ ସୃଷ୍ଟି କରିବା ଏହି ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ଥିଲା । ତେବେ ଏନେଇ ସଚିବଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଭିତ୍ତିଭୂମିର ବିକାଶ ନିମନ୍ତେ ନିବେଦନ କରାଯାଇଛି ।

ଏ ନେଇ 5T ସଚିବ ମଧ୍ଯ ନିର୍ଭର ପ୍ରତିଶୃତି ଦେବା ସହ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିବାରୁ ବିଧାୟିକାଙ୍କୁ ସାଧୁବାଦ ଜଣାଇଥିଲେ । ହିନ୍ଦୋଳ ବ୍ଲକ ବିଜେଡି ସଭାପତି ବରୁଣ କୁମାର ସର, ସରକାରୀ ଓକିଲ ତଥା କ୍ରୀଡାବିତ ହିମାଂଶୁ ଭୂଷଣ ମିଶ୍ର, ହିନ୍ଦୋଳ ଏନଏସି ଯୁବ ବିଜେଡି ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ ଏହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ଆଡଭୋକେଟ ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ସୁବ୍ରତ ଆଚାର୍ଯ୍ଯ, ଆଶୁତୋଷ ମାଝୀ,କେଶବ ସାମଲ,କିଶାନ ପଟ୍ଟନାୟକ,ସରକାରୀ ଓକିଲ ଶୁସାନ୍ତ ମିଶ୍ର, ପ୍ରଦୀପ କୁମାର ସାହୁ,ପ୍ରଦୀପ ଭଞ୍ଜ, ଅଶୋକ ଗଡନାୟକ, ଯୁବ ବିଜେଡ଼ି ସଭାପତି ଦୁଃଖବନ୍ଧୁ ପ୍ରଧାନ, ଅଦେଶ୍ୱର ମାଝୀଙ୍କ ସମେତ କିଛି କ୍ରୀଡାବିତଙ୍କ ସହ ମଧ୍ୟ ଏନେଇ ଆଲୋଚନା ହୋଇଥିଲା ।

ଅନ୍ୟପଟେ ଏନେଇ ହିନ୍ଦୋଳ ବ୍ଲକ ଠାରେ ମଧ୍ଯ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରୀୟ ରଞ୍ଜନ ମାହୁନ୍ତଙ୍କ ସମେତ ନଗର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା,କାଉନସିଲର ତଥା କ୍ରୀଡାବିତ ପ୍ରଦ୍ୟୁମ୍ନ ବେହେରା, କ୍ରୀଡାବିତ ରସାନନ୍ଦ ବେହେରା, ଅରୁଣ ଦାଶ, ପ୍ରଶାନ୍ତ ସର, ଛାତ୍ର ସଭାପତି ଶ୍ୟାମଲ ଚନ୍ଦ୍ର ଜେନା, ପ୍ରଦୀପ କୁମାର ସାମନ୍ତ, ସରକାରୀ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ, ମନୋଜ ସାହୁ, ବିଜନ ମିଶ୍ରଙ୍କ ସହ ବହୁ କ୍ରୀଡାବିତ ଉପସ୍ଥିତ ଥିଲେ।

new life
You might also like
error: Content is protected !!