News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ, ସୂଚନା ରେ ସ୍ଥାନ ପାଇଲା କରୋନା ଜନିତ ମୃତକ ଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଆକ୍ରାନ୍ତ , ସୁସ୍ଥ ଏବଂ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଉଛି । ଭୁବନ ଏନଏସିର ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରଣରେ ମୃତ୍ୟୁ ଘଟିଥିବା ଖବର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ।

ପୂର୍ବରୁ ପ୍ରସାରିତ ଖବର

କିନ୍ତୁ ପରେ ପରେ ଦିଆଯାଇଥିବା କରୋନା ଉପଡେଟ ରେ ମୃତ ଵ୍ୟକ୍ତିଙ୍କ ଗଣତି ସୂଚନା ରେ ପ୍ରଦାନ ହୋଉ ନଥିଲା । ଯାହା ସାଧାରଣ ମହଲରେ ପ୍ରଶ୍ନ ଉଠିଥିଲା ଯେ ସୁସ୍ଥ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଭିତରେ ଭୁବନ ଏନଏସିରେ କରୋନା ଜନିତ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ସଂଖ୍ୟା ଗଲା କୁଆଡେ ।

ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ତା ୮.୦୮.୨୦୨୦ ରିଖ ଦିନ ଏକ ଖବର ପ୍ରସାରଣ କରାଯାଇଥିଲା । ପରେ ପରେ ଏନେଇ ତୁରନ୍ତ ପଦକ୍ଷେପ ନେଇ ମୃତକଙ୍କ ସଂଖ୍ୟା ଆଜି କରୋନା ଉପଡେଟ ସୂଚନା ରେ ସ୍ଥାନ କରାଯାଇଛି ।

new life
You might also like
error: Content is protected !!