News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ସରକାରୀ ସୁବିଧା ପାଇବେ ବେବିନା ଏବଂ ତାଙ୍କ ପରିବାର

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା(୬୬ ) ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି ସନ୍ତାନ ନାହିଁ। ଦ୍ବିତୀୟ ପତ୍ନୀ ଖୁଲଣାଙ୍କର ମଧ୍ୟ ପୁଅ ନଥିବାରୁ ପରିବାର ଏବେ ପୁରୁଷଶୂନ୍ୟ।

ବ୍ଲକ କିମ୍ବା ପଞ୍ଚାୟତକୁ ଯାଇ ନିଜର ଅସୁବିଧାକୁ ଜଣାଇବାକୁ ପରିବାରରେ କେହି ନାହିଁ। ସରକାରୀ ବାବୁଙ୍କ ଦୃଷ୍ଟିର ଆଢୁଆଳରେ ରହିଯାଇଥିଲେ ଏହି ପରିବାର ।

ବେଙ୍ଗ ଓ ଖୁଲଣା ସହ ତାଙ୍କର ଝିଅ ବେବିନା ରୁହନ୍ତି ଛେଳି ଚରାଇ ପରିବାର ଚଳନ୍ତିବେଙ୍ଗ ଜଣେ ମାନସିକ ଅନଗ୍ରସର ମହିଳା ମଧ୍ୟ। ଏହା ସତ୍ୱେ ଭିନ୍ନକ୍ଷମ ତାଲିକା ଭୁକ୍ତ ହୋଇପାରିନାହାନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ରକ୍ଷଣାବେକ୍ଷଣ ନହୋଇ ପରିବାରୁ ଝାଟିମଟି ଘରେ ରହୁଛନ୍ତି ମିଳିନଥିଲା ରାସନ ।

ତେବେ ଏ ନେଇ ଗତ ଡିସେମ୍ଵର ୯ ତାରିଖରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହେବା ସହ ପ୍ରଶାସନ ଙ୍କୁ ଅବଗତ କରାଯାଇଥିଲା ତେବେ ପରେ ସ୍ଥାନୀୟ ସରପଞ୍ଚ ଉକ୍ତ ପରିବାର ନିକଟକୁ ଯାଇ ବୃଦ୍ଧା ବେଙ୍ଗ ବେହେରା ଙ୍କୁ ଭତ୍ତା ଯୋଗାଇଦେବା ସହ ତାଙ୍କ ରାସନ ଏବଂ ଘର ଆଗକୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏ ନେଇ ଉକ୍ତ ପରିବାର ଢେଙ୍କାନାଳ ଅପଡେଟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

new life
You might also like
error: Content is protected !!