News
WhatsApp Image 2023-10-04 at 17.25.00
samparksetu

ଅବହେଳିତ ଜନ୍ତରୀ ବୋଲ ବୋଲ ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାନପୁର। ପଞ୍ଚାୟତ ଜନ୍ତରୀ ବୋଲ ଠାରେ ୧୯୮୯ ମସିହା ଠାରୁ ଏକ ସୁନ୍ଦର ମନୋରମ ପରିବେଶ ଭିତରେ ଏକ ତାରିଣୀ ପୀଠଟିଏ ଅଛି । କାହିଁ କେତେ କାଳରୁ ବିରାଟ ବଡ଼ ବରଗଛ ମୂଳେ ହିଁ ମା’ ଙ୍କ ସଂପୂର୍ଣ୍ଣ ପୀଠ। ଏଠି ମା’ ଙ୍କ ର ଆବିର୍ଭାବ କାରଣ ରୁ ବହୁ ଦୂରରୁ ଭକ୍ତ ମାନେ ରୋଗ ନିରାକରଣ ପାଇଁ ଆସିଥାନ୍ତି । ଏହି ପୀଠ କୁ ଲାଗି ହରଗୌରି ଦେବ ପୀଠ ଅଛି ।

ସେଠାରେ ନାଗ ରହୁଥିବାରୁ ପୂଜା ଚାଲେ ବୋଲି ତାରିଣୀ ବାବା ପ୍ରକାଶ କରନ୍ତି । ବାବା ଆସାମ ରୁ ୧୯୮୯ ଆସି ପୀଠରେ ରହି ପୂଜା କାର୍ଯ୍ୟ କରୁଥିବାରୁ ତାଙ୍କୁ ସମସ୍ତେ ତାରିଣୀ ବାବା ବୋଲି ଡାକି ଥାନ୍ତି । ଏଠାରେ ପ୍ରତ୍ୟହ ପୂଜା ହେବା ସହିତ ବର୍ଷ କୁ ୨ ଥର କୁମାର ପୂର୍ଣ୍ଣିମା ଓ ମାଘ ଯାତର। ଦିନ ବଡ଼ ଯଜ୍ଞ ହୋଇଥାଏ । ପାଖକୁ ଲାଗି ଗୋବର୍ଦ୍ଧନ ପୀଠ ଏବଂ ଗୁଣ୍ଡିଚା ନ।ଳି ପିକନିକ ସ୍ପଟ ଥିବାରୁ ବହୁ ଦୂରରୁ ଏଠାକୁ ଭକ୍ତ ମାନଙ୍କ ର ସୁଅ ଛୁଟି ଥାଏ ।

ବଣ ଜଙ୍ଗଲ ଘେରା ମଧ୍ୟରେ ନଦୀ, ପ୍ରାକୃତିକ ପରିବେଶ ବେଶ୍ ମନ ଲୋଭା ଥିବାରୁ ଭକ୍ତ ମାନେ ଏଠାକୁ ଛୁଟି କଟାଇବା କୁ ମଧ୍ୟ ଆସିଥାନ୍ତି । ହେଲେ ଏତେ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ଭିତରେ ମା ତାରିଣୀ ପୀଠ ଟି ଥିଲେ ମଧ୍ୟ କୌଣସି ପ୍ରକାର ସରକାରୀ ସ୍ତର କି ବ୍ୟକ୍ତିଗତ ସ୍ତରରେ କାହାରି ଦୃଷ୍ଟି ପଡୁନାହିଁ । ପୀଠ ପାଇଁ ଏକ ପାଚେରୀ, ଏବଂ ଭକ୍ତଙ୍କ ପାଇଁ ଏକ ଗୃହର ଆବଶ୍ୟକତା ରହିଛି । ଏହି ପୀଠକୁ ଆସିବାକୁ ହେଲେ କାମାକ୍ଷାନଗର ଠାରେ ଓହ୍ଲାଇ ମାତ୍ର ୩ କିମି ଆଦର୍ଶ ସ୍କୁଲ୍ ଆଡ଼କୁ ଆସିଲେ ଏହି ପୀଠଟି ପଡ଼ିଥାଏ ।

new life
You might also like
error: Content is protected !!