News
WhatsApp Image 2023-10-04 at 17.25.00
samparksetu

ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି !

କାମାକ୍ଷାନଗର ଥାନା ବୁଢ଼ୀପଦଉନି ସାହିର ବିକାଶ କୁମାର ସରକାର ଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ l ସୂଚନା ଅନୁଯାୟୀ , ବିକାଶ କୁମାର ସରକାର ନିଜ ଦେହ ଖରାପ ଥିବାରୁ ଗତ ଦଶ ଦିନ ହେବ ଭୁବନେଶ୍ୱର ରେ ରହି ଚିକିତ୍ସାତ ହେଉଥିଲେ l

ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ଦୁଇଟି ସୁନା ଖଡୁ, ଗୋଟିଏ ସୁନା ଚେନ, ଦୁଇଟି ସୁନା ମୁଦି ସମେତ ଦଶ ହଜାର ଟଙ୍କା ଲୁଟି ନେଇଥିଲେ l ପାଖରେ ଥିବା ପଡୋଶୀ ଙ୍କ ଠାରୁ ଖବର ପାଇ ପରିବାର ଲୋକ ଘଟଣା ସ୍ଥଳ ରେ ପହଞ୍ଚି କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିl ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

new life
You might also like
error: Content is protected !!