News
WhatsApp Image 2023-10-04 at 17.25.00
samparksetu

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ; ୧ ଶିଶୁ ସମେତ ୫ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ-ବିରାଶାଳ ରାସ୍ତାର ହଳଦୀକୁଣ୍ଡି ଗାଁ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବାଟଗାଁର ବାବୁଲି ଦେହୁରୀ ,ଅଶାନ୍ତି ଦେହୁରୀ ,ସିପ୍ ଦେହୁରୀ ଏବଂ ସାଦୁଆମୁଣ୍ଡା ଗାଁର ହରିଶ୍ଚନ୍ଦ୍ର କଲଣ ,ଦାଶରଥି ମୁଣ୍ଡା । ସେମାନଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାବୁଲି ନିଜ ବାଇକରେ ସ୍ତ୍ରୀ ଅଶାନ୍ତି ଏବଂ କୁନି ପୁଅ ସିପ୍ କୁ ନେଇ ବିରାଶାଳ ଆଡୁ ନିଜ ଗାଁକୁ ଯାଉଥିଲେ । ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ହରିଶ୍ଚନ୍ଦ୍ର ଏବଂ ଦାଶରଥି ନିଜ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!