News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ଚାଷୀ

ଢେଙ୍କାନାଳ ଜିଲ୍ଲା ସଦର ଥାନା ନମିଚିରା ଗ୍ରାମ ନିକଟ ପୋଖରୀରୁ ଏକ ମୃତ ଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ , ଗ୍ରାମର ଭ୍ରମରବର ପ୍ରଧାନ(୫୪) ଜଣେ ଚାଷୀ। ଗତକାଲି ସେ ବିଲକୁ ଯାଇ ଦିନ ୧ଟା ସମୟରେ ଘରେ ପହଞ୍ଚିବା ପରେ ଗ୍ରାମ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନଥିଲେ।

ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜି ପାଇନଥିଲେ। ସନ୍ଧ୍ୟାରେ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରିଥିଲେ । ଓଡ୍ରାଫ ଟିମ ମଧ୍ୟ ଗ୍ରାମରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଫେଲ ମାରିଥିଲେ।

ଆଜି ସକାଳୁ ଭ୍ରମରବରଙ୍କର ମୃତଦେହଗ୍ରାମ ନିକଟ ମଣିଆବନ୍ଧରେ ଭାସୁଥିବା ଦେଖି ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି,ସଦର ପୋଲିସ ପହିଞ୍ଚି ତଦନ୍ତ ଚଳାଇଛି।

new life
You might also like
error: Content is protected !!