News
WhatsApp Image 2023-10-04 at 17.25.00
samparksetu

ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ

ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ ନରେନ୍ଦ୍ର ନାଥ ଦତ୍ତ ବା ସ୍ବାମୀ ବିବେକାନନ୍ଦା। ୧୮୬୩ ଜାନୁଆରି ୧୨ରେ ସେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରିବା ଲାଗି, ଭାରତ ସରକାର ୧୯୮୪ରେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ୧୯୮୫ରୁ ପ୍ରତି ବର୍ଷ ଏହି ଦିବସକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଇଥାଏ ।

ହିନ୍ଦୁ ସନାତମ ଧର୍ମ, ବେଦାନ୍ତ ଶାସ୍ତ୍ର ଓ ଯୋଗ ଦର୍ଶନକୁ ପାଶ୍ଚାତ୍ୟ ଜଗତରେ ସୁପରିଚିତ କରାଇବାରେ ବିବେକାନନ୍ଦଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ବ ଧର୍ମ ମହାସଭାରେ ତାଙ୍କର ଚମତ୍କାର ବକ୍ଟତା ସମସ୍ତଙ୍କୁ ମୁଗ୍ଧ କରିଥିଲା । ହିନ୍ଦୁ ଧର୍ମ ଏକ ବିଶାଳ ବିଶ୍ବ ଧର୍ମର ମାନ୍ୟତା ପାଇଥିଲା ।

‘ରାମକୃଷ୍ଣ ମିସନ୍’ ଓ ‘ରାମକୃଷ୍ଣ ମଠର ପ୍ରତିଷ୍ଠାତା ହେଉଛନ୍ତି ସ୍ବାମୀ ବିବେକାନନ୍ଦା ଦକ୍ଷିଣେଶ୍ବର କାଳୀ ମନ୍ଦିରରେ ସେ ରାମକୃଷ୍ଣଙ୍କୁ ଭେଟିବା ପରେ ଭଗବାନ୍ ଓ ଧର୍ମକୁ ନେଇ ତାଙ୍କ ମନରେ ଥିବା ସଂଶୟ ଦୂର ହୋଇଥିଲା । ସ୍ବାମୀ ବିବେକାନନ୍ଦ, ଆଧୁନିକ ମାନବର ଆଦର୍ଶ ପ୍ରତିନିଧି ।

ଭାରତୀୟ ଯୁବ ପିଢ଼ି ପାଇଁ ତାଙ୍କଠାରୁ ବଡ଼ ନେତା ଆଉ କେହି ହୋଇ ନ ପାରନ୍ତି । ତାଙ୍କ ଆହ୍ଲାନ ଥିଲା‘ହେ ମାନବ ସମାଜ ଉଠ, ଜାଗ୍ରହ ହୁଅ, ନିଜକୁ ଦୁର୍ବଳ ଭାବନାହିଁ । ଆତ୍ମା ଅନନ୍ତ, ସର୍ବଶକ୍ତିମାନ ଓ ସର୍ବଜ୍ଞା ଅନ୍ତର ଦେବତାଙ୍କୁ ଅସ୍ଵୀକାର ନ କରି ତାଙ୍କ ଅସ୍ତିତ୍ବରେ ଆସ୍ଥାବାନ ହୁଆ ଆଳସ୍ୟ ଓ ଦୁର୍ବଳତା ତ୍ୟାଗ କରା” ।

ଏହି ମହାନ୍ ଦାର୍ଶନିକ ଆମକୁ କିଛି ଏ ଭଳି ଦେଇଯାଇଛନ୍ତି, ଯାହା ଉତ୍ତରାଧିକାର ସୂତ୍ରରେ ଆମକୁ ପ୍ରାପ୍ତ ଏବଂ ଆମ ଭିତରେ ପର°ପରାଗତ ସ୍ବାଭିମାନ ଜାଗ୍ରତ କରିବାକୁ ଉଦ୍ଦିଷ୍ଟ । ଏବର ବିଶୃଙ୍ଖଳିତ ସମୟରେ ସ୍ବାମୀଜିଙ୍କ ଆଦର୍ଶ ହିଁ ଆମ ଯୁବ ପିଢ଼ି ମଧ୍ୟରେ ସକାରାତ୍ମକ ଚେତନା ଓ ବିଚାର ଭରିବାରେ ସମର୍ଥ ହେବା। ଏହି ପବିତ୍ର ଆତ୍ମାଙ୍କ ଜନ୍ମ ଦିବସ ଅବସରରେ, ତାଙ୍କ ଆଦର୍ଶ ଅନୁଯାୟୀ ନିଜକୁ ପରିଚାଳିତ କରିବା ପାଇଁ ପ୍ରତିଜ୍ଞା, ଏହି ଦିବସ ପାଳନର ଲକ୍ଷ୍ୟ ହେଉ ।

new life
You might also like
error: Content is protected !!