News
WhatsApp Image 2023-10-04 at 17.25.00
samparksetu

ଲୁଟେରା ଙ୍କ ପେଣ୍ଠସ୍ଥଳ ପାଲଟିଛି ଢେଙ୍କାନାଳ ଜିଲ୍ଲା ; ଗ୍ୟାସ କଟର ରେ କାଟି ଏଟିଏମ ରୁ ଲୁଟିନେଲେ ଟଙ୍କା !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏକମାତ୍ର ଏସବିଆଇ ଏଟିଏମ ରୁ ଗତକାଲି ବିଳମ୍ବିତ ରାତିରେ ଏଟିଏମ କୁ ଗ୍ୟାସ କଟର ରେ କାଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନାଯୋଗ୍ୟ କି ,ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜାଗାରୁ ଲଗାତାର ଚୋରି ଡ଼କାୟତୀ ହେବାକୁ ଲାଗିଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନିମବାହାଳି ଛକରେ ଥିବା ଏଟିଏମ କୁ ଗ୍ୟାସ କଟର ରେ କାଟି ସେଥିରେ ଥିବା ଟଙ୍କା କୁ ନେଇ ଚମ୍ପଟ ମାରିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକେ ଏଟିଏମ କୁ ଭଗ୍ନ ଅବସ୍ଥାରେ ଦେଖି ଥାନାରେ ସୂଚନା ଦେବା ପରେ ପୋଲିସ୍ ଆସି ଘଟଣାର ତଦନ୍ତ ଚଳାଇଛି । ଏଟିଏମ ରୁ ୨୬ ଲକ୍ଷ୍ୟ ୫୬ ହଜାର ଟଙ୍କା ଲୁଟ ହୋଇଥିବାର ସୂଚନା ।

new life
You might also like
error: Content is protected !!