News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡଝରା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଉଦୟଗିରି ଗ୍ରାମର ଅନାମ ମୁଣ୍ଡାଙ୍କ ପୁଅ ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡିଛି ।

ଖବର ମୁତାବକ ରଞ୍ଜନ କିଛି ବର୍ଷ ହେବ ବଡଝରା ଗ୍ରାମର ଫାଲଗୁନି ସାହୁଙ୍କ ଫାର୍ମ ହାଉସ ରେ କାର୍ଯ୍ୟ କରିଆସୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସାଇକେଲ ଯୋଗେ କାହାକୁ କିଛି ନକହି ଘରକୁ ଯାଉଥିବା ବେଳେ ଜାତୀୟ ରାଜପଥ ଉପରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ରାସ୍ତା ଉପରେ ଏକ ମୃତ ବ୍ୟକ୍ତି ପଡିରହିଥିବା ଦେଖି ପରଜଙ୍ଗ ପୋଲିସ କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ୍ୟୁ ଦେହ କୁ ଜବତ କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାରକୁ ହସ୍ତାନ୍ତର କରିଛି ଓ ଅଧିକ ତଦନ୍ତ ଜାରି ରହିଛି ବୋଲି ପରଜଙ୍ଗ ପୋଲିସ ସୂଚନା ଦେଇଛନ୍ତି । ଫାର୍ମ ହାଉସ ମାଲିକ ଫାଲଗୁନ ସାହୁ ଘଟଣା ସମ୍ପର୍କରେ ମଧ୍ୟ ପରଜଙ୍ଗ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି ।

new life
You might also like
error: Content is protected !!