News
WhatsApp Image 2023-10-04 at 17.25.00
samparksetu

ମାଟ୍ରିକ ରେ ରହିଲା ୯୦% , ହେଲେ ଦୁନିଆରେ ନାହାନ୍ତି ସ୍ୱାତୀ

ମ‌ାଟ୍ରିକ୍‌ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍‌ ରଖିଥିଲେ, ଏଥର ମାଟ୍ରିକ୍‌ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ, ନିଜର ଏହି ସଫଳତା ଦେଖିବାର କିଛିଦିନ ପୂର୍ବରୁ ଦୁର୍ଘଟଣାରେ ସେ ଚାଲିଯାଇଛନ୍ତି।

ପରିବାର ଅନୁଗୁଳ ସହର ବଣିଆବାହାଳରେ ରହୁଥିଲେ। ସ୍ବାତୀଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଣିଭଣ୍ଡାର ଗାଁରେ । ମାଟ୍ରିକ୍‌ ପରୀକ୍ଷା ପାଇଁ ସେ ଭଲଭାବେ ପ୍ରସ୍ତୁତ ହେଉଥିଲେ। ପରୀକ୍ଷାରେ ବି ଭଲ କରିଥିଲେ ଏବଂ ୬୦୦ରୁ ତାଙ୍କର ୫୦୦ରୁ ଅଧିକ ନମ୍ବର ଆସିବ ବୋଲି ହିସାବ କରିଥିଲେ। ଗଲା ମାର୍ଚ୍ଚ ୨୦ରେ ପରୀକ୍ଷା ସରିଲା।

ପରୀକ୍ଷା ସରିବାର ଚାରିଦିନ ଅର୍ଥାତ ଗତ ମାର୍ଚ୍ଚ ମାସ ୨୪ତାରିଖ ରେ ପରେ ବାପା, ମା’ଙ୍କ ସହିତ ମାମୁଁ ଘରକୁ ବାହାରି ଯାଇଥିଲେ। କିନ୍ତୁ, କିଏ ଜାଣିଥିଲା। ମାମୁଁ ଘର ବୁଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ବୋଲି। ବାପାଙ୍କ ସହ ସେ ୧୦୦ କିମି ଦୂର ମମୁଁ ଘରକୁ ବାଇକ୍‌ରେ ଯାଉଥିବା ବେଳେ ସ୍ବାତୀଙ୍କୁ ଯମୁନାକୋଟ ଛକ ରେ ଚାପି ଦେଲା ଏକ ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ବାତୀଙ୍କର କେବଳ ଜୀବନ ନେଲା ନାହିଁ, ବରଂ ବାପା’, ମା ଏବଂ ସାଙ୍ଗ ପରିଜନଙ୍କ ହୃଦୟରେ ଏକ ଶୂନ୍ୟସ୍ଥାନ ଛାଡ଼ିଦେଲା।

ଗୁରୁବାର ଦିନ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଦୁଇ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି। ସ୍ବାତୀ ସୂଚରିତା ଜେନା ଙ୍କ ପରିଶ୍ରମ ମୁତାବକ, ତାଙ୍କୁ ୯୦ ପ୍ରତିଶତ ମାର୍କ ମିଳିଛି। ଅନୁଗୁଳ ଶିଶୁ ମନ୍ଦିରର ୧୩ ଜଣ ଏ-୧ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ବାତୀଙ୍କ ନାଁ ଆସିଛି। କିନ୍ତୁ, ଏ ଖୁସି ମନାଇବା ପାଇଁ ସ୍ବାତୀ ନାହାନ୍ତି। ପରୀକ୍ଷା ଫଳକୁ ଦେଖି ସ୍ବାତୀଙ୍କର ଉଭୟ ବାପା ଓ ମା’ଙ୍କ କାନ୍ଦ ବୋବାଳିରେ ଘର ଫାଟି ପଡ଼ୁଛି। ସ୍ବାତୀଙ୍କ ମା’ ମମତା କାନ୍ଦି କାନ୍ଦି କହିଛନ୍ତି, ‘ ଝିଅ କହୁଥିଲା, ମୁଁ ଭଲ ନମ୍ବର ରଖିଲେ, ଭଲ କଲେଜରେ ଆଗ ଯୁକ୍ତ ଦୁଇ ପଢ଼ିବି। ତା’ ପରେ କଣ ହେବି ଚିନ୍ତା କରିବି। କିନ୍ତୁ, ଭଲ କଲେଜରେ ପଢ଼ିବାକୁ ଆଜି ସ୍ବାତୀ ହିଁ ନାହିଁ। ’

new life
You might also like
error: Content is protected !!