News
WhatsApp Image 2023-10-04 at 17.25.00
samparksetu

କର୍ଣ୍ଣପାତ କରୁନାହିଁ ପ୍ରଶାସନ ଠିକା କମ୍ପାନୀର ଦାଦାଗିରି, ଚାଷୀ ହତାଶ

ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେ କିନ୍ତୁ କେହି ବି କର୍ଣ୍ଣପାତ କଲେନାହିଁ। ଏହାର ସୁଯୋଗ ନେଇ ଠିକାଦାର ଦାଦାଗିରି କରି ପୋଲ ନିର୍ମାଣ କରିବାରେ ବ୍ୟସ୍ତ।ଏହି ପୋଲ ଯୋଗୁ ଏକର ଏକର ଧାନ ଚାଷ ନଷ୍ଟ।

ଏମିତି ଏକ ଘଟଣା ଘଟିଛି ପରଜଙ୍ଗ ବ୍ଲକ ପିତିରୀ ପଂଚାୟତ ଖଇରାମୁଣ୍ଡା ଗ୍ରାମର ଚାଷୀ ମାନଙ୍କ କ୍ଷେତ୍ରରେ। କାମାକ୍ଷାନଗର-ପରଜଙ୍ଗ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କୁନାଲ ଠିକାସଂସ୍ଥା କରୁଛି।ଜାତୀୟ ରାଜପଥ ବିଭାଗ ପକ୍ଷରୁ ଖଇରାମୁଣ୍ଡା କଇଁ ଫୁଲିଆ ପୋଖରୀ ନିକଟରେ ତ୍ରୁଟି ପୂର୍ଣ୍ଣ ପୋଲ ଯୋଗୁ ବର୍ଷା ଋତୁରେ ପାଣି ନିଷ୍କାସନ ହୋଇ ପାରୁନାହିଁ।

ଫଳରେ ଏକର ଏକର ଜମିରେ ଚାଷୀ ମାନେ ଚାଷ କରି ପାରୁ ନାହାଁନ୍ତି।ସମସ୍ୟାର ସମାଧାନ ପାଇଁ ବ୍ଲକ ଠାରୁ ଆରମ୍ଭ କରି କାମାକ୍ଷାନଗର ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କଲେ ବି ଫଳ ଶୂନ।ଗତ ଜୁନ ଦଶ ତାରିଖରେ ପରଜଙ୍ଗ ଥାନାଧିକାରୀ ଓ ଠିକାଦାରଙ୍କ ଉପସ୍ଥିତି ରେ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା।କିନ୍ତୁ ଠିକାଦାର ମନୋମୁଖୀ କାର୍ଯ୍ୟ କରି ଚାଲିଛି।ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣିବାର ନାଁ ଧରୁ ନାହାଁନ୍ତି।ସରକାର ଚାଷୀଙ୍କ ସମସ୍ୟା କୁ ଗୁରୁତ୍ୱ ଦେଉଥିବା ବେଳେ ଏଠାରେ ଏହା ବିଫଳ ହୋଇଛି।ଚାଷୀ ମାନେ ଜମିରେ ଚାଷ କରି ନପାରି ହତାଶ ହୋଇ ପଡିଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି।

new life
You might also like
error: Content is protected !!