News
WhatsApp Image 2023-10-04 at 17.25.00
samparksetu

ନଳକୂପ ଅଚଳ ହେତୁ ପାଣି ପାଇଁ ହନ୍ତସନ୍ତ ୩୦ ପରିବାର

ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡାସିଂହ ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି ଏମିତି କି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗ୍ରାମର ମଝିରେ ଥିବା ଏକ ନଳକୂପ ଯାହା ଉପରେ ପ୍ରାୟ ୩୦ ପରିବାର ନିର୍ଭର କରନ୍ତି , ତାହା ୨୦ ଦିନ ହେବ ଅଚଳ ହୋଇ ପଡିଛି ,ଜେଇ ଏବଂ ସରପଞ୍ଚ ଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନଥିବାର ଅଭିଯୋଗ କରିଛନ୍ତି ଗ୍ରାମ ଲୋକ । ତେବେ ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବାରୁ ସେ କୁହନ୍ତି , କେଉଁ ସ୍ଥାନରେ ଖରାପ ହୋଇଛି ସେ କଥା ମୁଁ ଜାଣିନଥିଲି । ମୁଁ ଏହାକୁ ଆଖିଆଗରେ ରଖି ଦିନେ ୨ଦିନରେ ନଳକୂପ ଟି ଠିକ୍ କରାଇବି ।

ତେବେ ଦେଖାଯାଉ କେବେ ଠିକ୍ ହେଉଛି ନଳକୂପ ଏବଂ କେବେ ଜଳ ସମସ୍ୟା ଟି ସମାଧାନ ହେଉଛି ।

new life
You might also like
error: Content is protected !!