News
WhatsApp Image 2023-10-04 at 17.25.00
samparksetu

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସଦେଇବେରେଣୀ କଳାକୃତି ଗ୍ରାମ !

ସଦର ବ୍ଳକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମପଞ୍ଚାୟତ ର ନବଜୀବନପୁର ଠାରେ ନିର୍ମିତ ସଦେଇବେରଣୀ କଳାକୃତି ଗ୍ରାମକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ ଡୋକ୍ର। କଳାକୃତି କୁ ଆଗେଇ ନେବାକୁ ପ୍ରୟାସ କରାଯିବ । ଏଥି ନିମନ୍ତେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଳାକୃତିର ଗ୍ରାମକୁ ଅଧିକ ଆକୃ୍‌ଷ୍ଟ କରିବା ପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ କୋଠାଘର ନିର୍ମ।ଣ କରାଯାଇଥିଲା ।୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହୋଇଥିଲା କିନ୍ତୁ ସେଦିନ ଠାରୁ ସେହି ଘରେ ତାଲା ପଡିରହିଛି । ଏ ନେଇ କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ହୋଇଥିଲା । ତେବେ ଖବର ପ୍ରକାଶ ପରେ ତପ୍ତର ଦେଖାଇଛି ଜିଲ୍ଲା ପ୍ରଶାସନ ।

ଏହି କଳାକୃତି ଗ୍ରାମରେ ପ୍ରଦର୍ଶନୀ ହଲ , ସମ୍ମିଳନୀ କକ୍ଷ ଏବଂ ୨୭ ଟି ଦୋକାନ ଗୃହ ରହିଛି ।ଓରମାସ ଅଧୀନରେ ଥିବା ଏହୂ ଗ୍ରାମରେ ଡୋକ୍ରା ସାମଗ୍ରୀ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହ୍ରବ ଏବଂ ବିକ୍ରି ମଧ୍ୟ କରାଯିବ । ଏହି କଳାକୃତି ଗ୍ରାମକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଜିଲ୍ଲାର କଳାକୃତି ଓ ହସ୍ତଶୁଳ୍ପ ସାମଗ୍ରୀକୁ ପ୍ରଦର୍ଶନ ଓ ବିକ୍ରି ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱ।ରୋପ କରିଛନ୍ତି ।

new life
You might also like
error: Content is protected !!