News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ଅବହେଳିତ ମଠ ମନ୍ଦିର ,ଜବର ଦଖଲକାରୀଙ୍କ ନିୟନ୍ତ୍ରଣରେ ହଜାର ହଜାର ଏକର ଜମି

ଢେଙ୍କାନାଳ ଜିଲ୍ଲାରେ ଥିବା ମଠ ମନ୍ଦିର ଜମିରେ ମାଫିଆଙ୍କ ରାଜ ।ଦେବୋତ୍ତର ବିଭାଗର ଜ୍ଞାତସାରରେ ଜମିମାଫିଆ ମାନେ ହଜାର ହଜାର ଏକର ଜମିକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ କୋଟି କୋଟି ଟଙ୍କା ଲାଭବାନ ହେଉଛନ୍ତି । କିନ୍ତୁ ଜିଲ୍ଲାରେ ଥିବା ମଠ ମନ୍ଦିର ଗୁଡିକ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ବିକ।ଶ ବି ହୋଇ ପାରୁନଥିବାର ଜଣାପଡିଛି ।

ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଶୈବପୀଠ କପିଳ।ସ ଚନ୍ଦ୍ର ଶେଖରଙ୍କ ସହିତ ବିଭିନ୍ନ ମଠ ମନ୍ଦିରରେ ହଜାରହଜାର ଏକର ଜମି ରାଜରାଜୁଡା ଅମଳରୁ ବନ୍ଦୋବସ୍ତ କରାଯାଇଛି । ଏହି ଜମିରୁ ଉତ୍ପନ୍ନ ଶସ୍ୟ ଏବଂ ଖଜଣା ଦ୍ୱାରା ମଠ ମନ୍ଦିର ପରିଚାଳନା କରାଯିବା ସହିତ ପୂଜାବିଧି , ପର୍ବପର୍ବାଣୀ, ସେବାୟତ ମାନଙ୍କର ପାଉଣା,ସାଂସ୍କୃତିକ କାର୍ଯ୍ୟକ୍ରମ, ବାର୍ଷିକ ପୂଜା ଉତ୍ସବ ସହିତ ମନ୍ଦିରର ରକ୍ଷଣାବେକ୍ଷଣ ହୋଇଥାଏ ।
କନ୍ତି ଏହିଜମି ଏବେ ମଠ ମନ୍ଦିର ନିୟନ୍ତ୍ରଣରେ ନାହିଁ ।

ଦେବୋତ୍ତର ବିଭାଗ କାଗଜ ପତ୍ରରେ ଏସବୁ ଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ଜଣାପଡିଛି ଯେ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀୟଙ୍କ ମୋଟ ଦେବୋତ୍ତର ଜମିରୁ ସଞ୍ଜାକୁ ୬୮୭ଏକର ୩୦ ଡେସମିଲ ,ଭାଗ ଚାଷପାଇଁ ୩୬ଏକର,କାଜୁବାଦାମ ଚାଷ ପାଇଁ ୧ ହଜାର ୨୧୦ ଏକର, ଆମ୍ବ ବଗିଚା ୧୯ଏକର.ପୋଖରୀ ୩୫୧ ଏକର ଏବଂ୨୪ଏକର ୭୭୧ଡେସିମିଲ ଜମିରେ ମଠ ମନ୍ଦିର ରହିଛି ସେହିପରି ଜାଗିର ଜମି ଭାବରେ ୨୦୫.୫୪ ଏକର, ସେବକ ମାନେ ୭୫.୩୦ଏକର ଜମି ବ୍ୟବହାର କରୁଛନ୍ତି ।

କପିଳାସ ପ୍ରାଣୀ ଉଦ୍ୟାନ ପାଇଁ ୨୮.୬୩ଏକର ବ୍ୟବହାର କରାଯାଇଥିବା ବେଳେ ସାଇନ୍ସ ପାର୍କ ପାଇଁ ୪.୮୦ଏକର,ଜଙ୍ଗଲ ଜମି ଭାବରେ ୯୬୫.୭୮ଏକର,ରାସ୍ତା,ଦଣ୍ଡାଓ ନାଳରେ ୮୭.୨୩୫ଏକର , ଶ୍ମଶାନ ପାଇଁ ୧.୨୬୨ଏକର,ଗୋଚର ଭାବରେ ୧୮.୮୨ଏକର, ନଦୀରେ ୨୮୭.୩୧ଏକର,ଘରବାରି ଭାବରେ ୧୭୪.୭୦୩ ଏକର ,ପରିଚାଳନା କମିତି ଅଧିନରେ ୭୭୪.୦୨ଏକର,ବିକ୍ରି ହାଇଛି ୪୪.୨୧୧ଏକର,ଜମି ଅଧିଗ୍ରହଣ କାରୀ ଅଧିକରୀଙ୍କ ନୟି ନ୍ତ୍ରଣରେ ୨୬୩.୯୩୭ଏକର ଏବଂ ଜବରଦଖଲ କାରୀଙ୍କ ନିୟନ୍ତ୍ରଣରେ ୪ ହଜାର ୩୦ ଏକର ଜମି ରହିଥିବାର ଜଣାପଡିଛି । ଏଭଳି ମୋଟ ୯ ହଜାର ୨୯୧ଏକର ଜମି ବିଭିନ୍ନ ସ୍ଥାନରେ ରହିଥବା ବେଳେ ବାସ୍ତବ ସ୍ଥିତି ସମ୍ପୁର୍ଣ୍ଣ ଭାବରେ ଭିନ୍ନ ବୋଲି ଏକ ସୂତ୍ରରୁ ଜଣାପଡିଛି ।

ଜମି ମାଫିଆ ଏବଂ ପଥର ମାଫିଆ ମାନେ କପିଳାସ ମନ୍ଦିର ଜମିରେ ବେଆଇନ ଭାବରେ ପଥର ଖଣି ଖୋଳି ସେଥିରୁ କୋଟି କୋଟି ଟଙ୍କା ଲାଭବାନ ହେଉଛନ୍ତି । ଏଥିପ୍ରତି ଦେବୋତ୍ତର ବିଭାଗର ସମ୍ପୂର୍ଣ୍ଣ ଭାବରେ ଆଖିବୁଜି ଦେଇଛି ।ଜିଲ୍ଲାର ବିଭିନ୍ନ ତହସଲି ରେ ମଧ୍ୟ ଦେବୋତ୍ତର ବିଭାଗର ହଜାର ହଜାର ଏକର ଜମି ରହିଥିବା ବେଳେ ଏହାର ସୁରକ୍ଷା ପାଇଁ ଆଦୌ ତତ୍ପର ନୁହେଁ ।

ଗଁଦିଆ ତହସିଲ ଅଧିନରେ ବେବନ୍ଦୋବସ୍ତ ଭାବରେ ୧ ହଜାର୫୬୬ଏକର ଓ ରୟତି ଭାବରେ ୩ ହଜାର ୨୯୧ ଏଭଳି ମୋଟ ୪ ହଜାର ୮୫୭ ଏକର,ପରଜଙ୍ଗ ତହସିଲ ଅଧିନରେ ବେବନ୍ଦୋବସ୍ତ ଭାବରେ ୬୧ଏକର ଓ ରୟତି ଭାବରେ ୩୦ଏଭଳି ମୋଟ ୪ ହଜାର
୯୮ ଏକ.ଢେଙ୍କାନାଳ ସଦର ତହସିଲ ଅଧନି ରେ ବେବନ୍ଦୋବସ୍ତ ଭାବରେ ୨୩୩ଏକର ଓ ରୟତି ଭାବରେ ୧ହଜାର ୨୫୪ ଏଭଳି ମୋଟ ୧ ହଜାର ୪୮୮ଏକର,କାମାକ୍ଷାନଗର ତହସିଲ ଅଧିନ ରେ ବେବନ୍ଦୋବସ୍ତ ଭାବରେ ୧୯୯ଏକର ଓ ରୟତି ଭାବରେ ୩୬୯ ଏଭଳି ମୋଟ ୫୬୮ ଏକର, ଭୁବନ ତହସିଲ ଅଧିନରେ ବେବନ୍ଦୋବସ୍ତ ଭାବରେ ୧୫୫ଏକର ଓ ରୟତି ଭାବରେ ୬୨୩ ଏକର ଏଭଳି ମୋଟ ୭୭୯ଏକର,କଙ୍କଡାହାଡ ତହସିଲ ଅଧନି ରେ ବେବନ୍ଦୋବସ୍ତ ଭାବରେ ୭୮ଏକର ଓ ରୟତି ଭାବରେ ୨୨ଏକର ଏଭଳି ମୋଟ ୧ଶହଏକର,ଓଡାପଡା ତହସିଲ ଅଧନି ରେ ବେବନ୍ଦୋବସ୍ତ ଭାବରେ ୧୪୪ଏକର ଓ ରୟତି ଭାବରେ ୧୬୩ ଏକର ଏଭଳିମୋଟ ୫୦୭ ଏକର ଜମି ରହିଛି ।

ତହସିଲ ଗୁଡିକ ଦେବୋତ୍ତର ଜମି ଉପରେ କୌଣସି ପଦକ୍ଷେପ ନେଉନଥିବାର ଜଣାପଡିଛି ।ଏହି ଜମି ମଧ୍ୟରେ ଗ୍ରାମ ଦେବାଦେବୀ ଙ୍କର ୮୦୪ଏକର ଜମି ବି ରହଥିବାର ଜଣାପଡିଛି ।

ଏହି ଜମି ମଧ୍ୟରୁ ଖଡଗପ୍ରସାଦ ଠାରେ ଥିବା ୧୦.୧୨୦ଏକର
ଜମିରୁ ମୋଟ ୩୪ଲକ୍ଷ ୮୬ ହଜାର ଏକ ଶହ ଟଙ୍କା ଆସିଥିବା ବେଳେ ବାରଦା ଗ୍ରାମର ୨୪.୯୯ଏକର ଜମିରୁ ୪ଲକ୍ଷ ୯୫ ହଜାର ୭୯୨ଟଙ୍କା,ଭୁବନ ଭଦଳିଆପଶିଠାରେ ୨.୭୬୫ଏକର ଜମିରୁ ୧୩ଲକ୍ଷ ୪୭ ହଜାର ୩ଶହ ଟଙ୍କା,ଟୋଲଙ୍କ ବେରେଣୀରେ ୧.୪୫୯ଏକରଜମିରୁ ୨ଲକ୍ଷ ୧୮ ହଜାର ୮୫୦ଟଙ୍କା,ଢେଙ୍କାନାଳ ତହସିଲ ଅଧିନରେ ୦.୮୪୭ ଏକର ଜମିରୁ ୩୨ ଲକ୍ଷ ୨୧ହଜାର ଟଙ୍କା,ଦେଓଗାଁରେ ୨.୫ ଏକର ଜମିରୁ ୧ଲକ୍ଷ ୨୫ ହଜାର ଟଙ୍କା,ସାଆନ୍ଦାପଶି ପାଟଣାରେ ୦.୫୩୦ଏକର ଜମିରୁ ୭ଲକ୍ଷ ୨୩ ହଜାର ଟଙ୍କା ଏଭଳିମୋଟ ୪୪.୨୧୧ ଏକର ଜମିରୁ ୧କୋଟି ୪ଲକ୍ଷ ୨୭ହଜାର ୪୨ଟଙ୍କା ଆଦାୟ ହୋଇଛି ।

new life
You might also like
error: Content is protected !!