News
WhatsApp Image 2023-10-04 at 17.25.00
samparksetu

ବାଜିଚୌକ ଓଭରବ୍ରିଜ ତଳେ ପିକଅପ ଭ୍ୟାନ ଧକ୍କାରେ ୨ଶିଶୁ ମୃତ ଘଟଣା ; ମୃତକଙ୍କ ପରିବାରଙ୍କୁ ମିଳିଲା ଅନୁକମ୍ପା ରାଶି

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକ ରେଲୱେ ଓଭରବ୍ରିଜ ତଳେ ଏକ ସଡକ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଓଭର ବ୍ରିଜ ତଳେ ଏକ ପିକ ଅପ ଭ୍ୟାନ ଧକ୍କା ଦେବାରୁ ଏହି ଦୁଃର୍ଘଟଣା ହୋଇଛି। ଓଭର ବ୍ରିଜ ତଳେ କିଛି ଯାଯାବର ସମ୍ପ୍ରଦାୟର ଲୋକ ବସବାସ କରୁଥିଲେ। ସେଠାରେ ପିଲାମାନେ ଖେଳୁଥିବା ସମୟରେ ଏହି ପିକ ଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା।

ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁ ଙ୍କର ମୃତ୍ୟୁ ହୋଇଛି ସେମାନେ ହେଲେ ସାଇନା (୫) ଓ ସୁହାନା( ୬)ଅନ୍ୟ ଗୋଟିଏ ଝିଅ( ୧୦ )ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ମୃତାହତମାନେ ବିହାରର ରୋହିଦା ଜିଲ୍ଲା ମାନ୍ୟଗଲ ଅଞ୍ଚଳର ବୋଲି ଜଣାପଡିଛି । ୨ ଦିନ ତଳେ ଏହି ଓଭରବ୍ରିଜ ତଳ ତମ୍ବୁ ଟାଣି ରହୁଥିଲେ। ମୃତ ୨ ଜଣ ୨ଭଉଣୀ। ପରିବାର ମହୁ ବ୍ୟବସାୟ କରି ଚଳନ୍ତି ବୋଲି ସୂଚନା ଦେଇଛନ୍ତି

ଦୁର୍ଘଟଣା ଘଟାଇବା ପରେ ପିକଅପ ଭ୍ୟାନ୍ ର ଡ୍ରାଇଭର ଫେରାର ହୋଇଯାଇଛି ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ ପୋଲିସ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ତହସିଲଦାର ପହଞ୍ଚି ମୃତାହତ ପରିବାରକୁ ଅନୁକମ୍ପାମୂଳକ ସହାୟତା ପାଇଁ ରେଡକ୍ରସରୁ ୨୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!