News
WhatsApp Image 2023-10-04 at 17.25.00
samparksetu

ବର୍ଷା ଦିନରେ ପାନୀୟ ଜଳର ସମସ୍ୟା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ହଳଦୀକୁଣ୍ଡି ଗ୍ରାମର ମହାପାଟ ସାହିରେ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି । ସେଠିକାର ଗ୍ରାମବାସୀ କହିଵା ମୁତାବକ ୨୦୦୭ ମସିହାରେ ଘରେ ଘରେ ପାଇପ ମାଧ୍ୟମରେ କିଭଳି ଭାବରେ ପାଣି ପହଁଚି ପାରିବ ସେଥି ପାଇଁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ଥିଲା। ତାହା ସହିତ ଘରେ ଘରେ ଟ୍ୟାପ ମଧ୍ୟ ତିଆରି କରା ଯାଇଥିଲା ।

କିନ୍ତୁ ଗୋଟିଏ ବର୍ଷ ସଠିକ ଭାବରେ ମହାପାଟ ସାହିକୁ ପାଣି ଆସିଥିଲା । କିନ୍ତୁ ଏପର୍ଯ୍ୟନ୍ତ ମହାପାଟ ସାହିରେ ପାଣି ପହଁଚି ପାରିଲା ନାହିଁ। ଯାହାଫଳରେ କି ହଳଦୀକୁଣ୍ଡି ଗ୍ରାମର ମହାପାଟ ସାହିର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଖାଇବା ପାଣି କହିଲେ ଗୋଟିଏ କିଲୋମିଟର ହଳଦୀକୁଣ୍ଡି ଗ୍ରାମରୁ ଆସି ପାଣି ନେଇ ପରିବାର ମଧ୍ୟରେ ଚଳି ଥାନ୍ତି । ନିଜ ସାହିରେ କହିବାକୁ ଗଲେ ଦୁଇଟି ନଳ କୂପ ନିର୍ମିତ ହୁଇଛି , କିନ୍ତୁ ନଳ କୂପ ପାଣି ବ୍ୟବହାର କରି ଅନେକ ଲୋକ ରୋଗ ଗ୍ରସ୍ଥରେ ପଡୁଛନ୍ତି ବୋଲି ସେଠିକାର ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।

ଏଠି ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଆଦିବାସୀ ଅଧୁଷିତ ଅଂଚଳରେ ଆଦିବାସୀ ନିରୀହ ଲୋକଙ୍କୁ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ କୋଟି କୋଟି ଟଙ୍କାର ବସୁଧା ଯୋଜନାରେ,ଘରେ ଘରେ ପାଣି ପହଁଚିବାର ପ୍ରୟାସ ମଧ୍ୟ ଜାରି ରଖୁଛନ୍ତି , କିନ୍ତୁ ଏଠି ଲୋକଙ୍କ ପାଖକୁ ପାଣିତ ପହଁଚି ପାରୁ ନାହିଁ, ଖାଲି ପହଁଚି ଜାଉଛି ଅଭିଯୋଗ ! ଯାହାକି ୨୦୦୭ ମସିହା ଠାରୁ ଆରମ୍ଭ କରି ୨୦୨୨ ବର୍ଷ ବିତି ଯାଇଥିଲେ ମଧ୍ୟ ହାରାହାରି ୧୪ ବର୍ଷ ବିତିଗଲାଣି କିନ୍ତୁ ପାଣି ପହଁଚିବା ନାଁରେ ନିର୍ମାଣ କରାଯାଇଛି ।

ଘରେ ଘରେ ଗୋଟିଏ ଲେଖାଏଁ ଟ୍ୟାପ, ହେଲେ କିନ୍ତୁ ଟ୍ୟାପ ଭାଙ୍ଗି ଧୂଳି ସାତ ହୁଇ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପହଁଚି ପାରୁନାହିଁ , ହଳଦୀକୁଣ୍ଡି ମହାପାଟ ସାହିକୁ ବସୁଧା ଯୋଜନାର ପାଣି । ସେଠିକାର ଲୋକଙ୍କ ଜୀବିକା କହିଲେ ମୂଲ ଦୁଃଖ କରି ଚଳିଵା ସହିତ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି । ନେତା, ରାଜନେତା ଓ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଗୋଚର କରା ଯାଉଥିଲେ ମଧ୍ୟ ଦୃଷ୍ଟି ଆଢୁରେ ଅଣଦେଖା କରାଯାଉଛି, ବୋଲି ସେଠିକାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।ଏବେ ଦେଖିବାକୁ ବାକି ରହିଲା ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପରେ ପ୍ରଶାସନ ଅଧିକାରୀ କଣ ପଦକ୍ଷପ ନେଉଛନ୍ତି ।

new life
You might also like
error: Content is protected !!