News
WhatsApp Image 2023-10-04 at 17.25.00
samparksetu

ଦୄଶ୍ଯ

ଭେଣ୍ତିଆ ପାଉଛି ବାର୍ଦ୍ଧକ୍ଯ ଭତ୍ତାକୁ
ବୟସକୁ କରି ହାତ
ବିଧବା ମନରେ ଆଇଁଷ ଚିନ୍ତାର
ସବାର ହେଉଛି ଭୂତ       ାା

ଅଧାଦାମ୍ ରେ ପାନିଆ କିଣାକୁ
ଚନ୍ଦା ହାତୋଉଛି ଲାଗି
ନୁଖୁରା ମୁଣ୍ତକୁ ତେଲ ବିକା ଶେଷ
ଫେରିଆସେ ଧାଡି ଭାଂଗି   ାା

ଚାରିଛୁଆ ମାଆ ଜନ ପ୍ରତିନିଧି
ବାଂଝ ପରିଚୟ ହେତେ
ଦରପୋଡା କାଠୁ ଚନ୍ଦନର ବାସ୍ନା
ଶ୍ବାସରୁଦ୍ଧି ନାକ ଚୁଣ୍ଟେ       ାା

ଜାତୀୟ ପକ୍ଷୀର ପ୍ରତିଦ୍ବନ୍ଦିତାରେ
କୁଆ ମାରେ ଜିତାପଟ
ସମାଜସେବୀଙ୍କ ଜବର ଦଖଲରେ
ସମାଜ ହେଲାଣି ଛୋଟ      ାା

ବାହାପିଆ ହରି ଦାଦନରୁ ଫେରି
ବୋଲାଉଛି ହରିବାବୁ
ଦେଖିଲା ଓଉଟା ନଅ ଫଡା ଏବେ
ହାତ ସଫେଇରେ ସବୁ       ାା

✍️ମହେନ୍ଦ୍ର ନଂଦ

new life
You might also like
error: Content is protected !!