News
WhatsApp Image 2023-10-04 at 17.25.00
samparksetu

ପ୍ରଭାତୀ ଙ୍କ ପାଇଁ ଆବାସ ସାତ ସପନ!

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତ କୁଞ୍ଜବନପୁର ଗ୍ରାମରେ ରହୁଥିବା ପ୍ରଭ।ତୀ ସାହୁ (୫୫) । ଆଜକୁ ଦଶ ବର୍ଷହେବ ବାପା ମାଅ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ।ଗତ ଫନି ବାତ୍ୟାରେ ଘର ଭାଙ୍ଗି ଯାଇଥିବା ରୁ ଏକ ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ।

ତାଙ୍କ କହିବା ଅନୁଯାୟୀ ,ଆଜକୁ ଦୁଇ ବର୍ଷ ପୂର୍ବରୁ ତହସିଲ ଅଫିସରୁ ଆସି ତିନି ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ସେହି ଟଙ୍କାରେ ନିଜ ଘର ଳକୁ ପାଲ କିଣି ପକାଇ ରହିଥିଲେ। ପାଲ ନଷ୍ଟ ହୋଇ ଯାଇଥିବାରୁ ଘରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଘର ତିଆରି ନ କରିପାରି ଭଙ୍ଗା ଘରେ ରହୁଛନ୍ତି । ରାତ୍ରିରେ ବାରଣ୍ଡା କିମ୍ବା ଗ୍ରାମ କୋଠ ଘର ଆଶ୍ରୟ ନିଅନ୍ତି । ଆଗରୁ ପୁରୁଣା ପ୍ରଧାନମନ୍ତ୍ରୀ ଆବାସ ଲିଷ୍ଟ ରେ ନାମ ଥିଲା। ବର୍ତ୍ତମାନ ଲିଷ୍ଟ ରେ ନାମ ତାଙ୍କର ନାମ ନଥିବାର ଜଣାପଡିଛି ।

new life
You might also like
error: Content is protected !!