News
WhatsApp Image 2023-10-04 at 17.25.00
samparksetu

ଏକତା ର ବଳ

କ୍ଷୁଦ୍ର ଜଳ ବିନ୍ଦୁ ମିଶି ହୁଏ ସିନ୍ଧୁ
                    ବାଲି ଗରଡ଼ାରେ ଗିରି
ଇଟା, ପଥରରେ ହୁଏ କୋଠାଘର
                   ଏକତା ବଳ ସବୁରି l

ଏକତା ନିକଟେ ବିଜୟ ପ୍ରକଟେ
                    ନ ଥାଏ କାହାକୁ  ଭୟ
କ୍ଷୁଦ୍ର ହୋଇ ଥାଇ ଏକତା ର ପାଇଁ
                   ବିଶାଳ ତା ପରିଚୟ l

ନଦୀ ଓ ସାଗର,  ପାହାଡ଼,  ପର୍ବତ
                   ଏକତା ରୁ ସୃଷ୍ଟି ପ୍ରାୟ 
ସଭିଙ୍କର ପାଇଁ ପ୍ରେରଣା ଅଟଇ
                  ଏକତା କରି  ପାଥେୟ l
ଆଜିର ଦିବସ ହେଉ ସୁଖମୟ
                   ସଭିଙ୍କର ଜୀବନରେ
ଏକତାରେ  ଆମ ରହୁ ଏ ଜୀବନ
                    ଶୁଭେଚ୍ଛା ଏ ସକାଳରେ  l

✍️ସରୋଜ ସାହୁ

new life
You might also like
error: Content is protected !!