News
WhatsApp Image 2023-10-04 at 17.25.00
samparksetu

ଶୀତ ଋତୁରେ ଢେଙ୍କାନାଳରେ ରାଜନୈତିକ ଉଷ୍ମତା

ପାଖେଇ ଆସୁଛି ୨୪ ନିର୍ବାଚନ, ଅନ୍ୟଜିଲ୍ଲା ପରି ଢେଙ୍କାନାଳ ରେ ମଧ୍ୟ ଦେଖାଦେଇଛି ରାଜନୈତିକ ଉଷ୍ମତା। ଚାହା ଖଟି ଠାରୁ ଆରମ୍ଭ କରି ଖେଳପଡ଼ିଆ ସବୁଠି ଜମିଛି ରାଜନୈତିକ ବାତାବରଣ । ଗତକାଲି ୩ ରାଜ୍ୟର ଫଳାଫଳ ପରେ ଢେଙ୍କାନାଳ ବିଜେପି କର୍ମୀଙ୍କ ମଧ୍ୟରେ ଢେର ଉତ୍ସାହ ଦେଖାଦେଇଛି । ମୋଦୀ ମ୍ୟାଜିକ ରାଜସ୍ଥାନ, ଛତିଶଗଡ଼ ପରି ଢେଙ୍କାନାଳ ରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଆଶା ବାନ୍ଧିଛନ୍ତି ବରିଷ୍ଠ ବିଜେପି ନେତା । ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଙ୍କ ବାରମ୍ବାର ଢେଙ୍କାନାଳ ଗ୍ରସ୍ତ ଶାସକ ଦଳର ନେତା ଏବଂ କର୍ମୀଙ୍କୁ ବିଚଳିତ କରିଛି । ତେବେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଆସନରୁ ଲଢ଼ିବେ ବୋଲି ଦାବୀର ରଖିଛନ୍ତି ଢେଙ୍କାନାଳ ର ବିଭିନ୍ନ ବରିଷ୍ଠ ନେତା ।


ଅନ୍ୟପଟେ ବିଗତ ନିର୍ବାଚନ ରେ ବାରମ୍ବାର ବିଜୟ ଲାଭ କରି ଢେଙ୍କାନାଳ କୁ ବିଜେଡି ନିଜ ଗଡ଼ ବନାଇଦେଇଛି । ରାଜ୍ୟ ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା ହେତୁ ବିଜେଡି ନିଜ ଗଡ଼ ବଜାୟ ରଖିବ ଏବଂ ଆଗାମୀ ନିର୍ବାଚନ ରେ ମଧ୍ୟ ସମସ୍ତ ସିଟ ରେ ବିଜୟ ଲାଭ କରିବ ବୋଲି ସ୍ଥାନୀୟ ନେତା ଏବଂ କର୍ମୀ ଆଶା ବାନ୍ଧିଛନ୍ତି । କଲେଜ ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡି ତା ଗଡ଼କୁ ଆହୁରି ମଜବୁତ କରୁଛି ।


ଦୁଇ ଦଳ ପରି ଢେଙ୍କାନାଳ କଂଗ୍ରେସ ରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଗତ ଦିନରେ ଢେଙ୍କାନାଳ ପୌରପାଳିକା ଦୁର୍ନୀତି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଥିଲେ କଂଗ୍ରେସ ନେତା । ବାରମ୍ବାର ଦୁର୍ନୀତି ସତ୍ୱେ ଶାସକ ଦଳର ନେତା ଚୁପ୍ ରହୁଥିବା ବିଜେଡି ବିଜେପି ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି କହିଥିଲେ । ତେବେ ଏଭଳି ସ୍ଵଭାଵ ଜନ ସାଧାରଣ ଙ୍କ ମନକୁ ଆଘାତ ଦେଇଛି ଟାକ୍ସ ପଇସାରେ ସରକାରୀ ବାବୁ ଓ ରାଜନେତା ଐଶ୍ କରୁଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଏହାର ପ୍ରଭାବ ଆଗାମୀ ନିର୍ବାଚନ ରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି କଂଗ୍ରେସ କର୍ମୀ କହିଛନ୍ତି ।


ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ଦୁର୍ନୀତି ଅଭିଯୋଗ ନେଇ ଢେଙ୍କାନାଳ ଆପ୍ ବାରମ୍ବାର ଶ୍ୱର ଉତ୍ତୋଳନ କରି ଆସୁଛି । ଗ୍ରାଉଣ୍ଡ ସ୍ଥରରେ କର୍ମୀମାନେ ଯାଇ ଦିଲ୍ଲୀ ରେ କେଜ୍ରିୱାଲ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଉଛନ୍ତି ।

new life
You might also like
error: Content is protected !!