ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳର ୨ଟି ପୃଥକ୍ ପୃଥକ୍ ଜାଗା ରେ ୨ ଜଣ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହାତୀ ମାରି ଦେଇଥିବାର ଦେଖିବାକୁ ମିଳିଛି । ମୁଣ୍ଡରୁ ଗଣ୍ଡି ଅଲଗା ଅଲଗା କରି ଦେବା ସହ ହାତ ଗୋଡକୁ ଦଳି ଦେଇଛି । ଏହାକୁ ଦେଖି ଅଞ୍ଚଳ ବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାଦ୍ଵାର ଦୁଇ ଜଣଙ୍କର ଜୀବନ ଅକାଳରେ ଚାଲିଯାଇଛି।
ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଗ୍ରାମ ର ସତ୍ୟବାନ ବେହେରା (୩୬ ) ଗତ କାଲି ସନ୍ଧ୍ୟା ରେ ନିକଟସ୍ଥ ଜଙ୍ଗଲ ଆଡ଼କୁ ନିଜ ଗାଈ ଖୋଜିବାକୁ ଯାଇ ଫେରି ନଥିବାରୁ ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ସତ୍ୟବାନ ଙ୍କ ମର ଶରିର ଟି ବିଭତ୍ସ ଭାବରେ ପଡି ଥିବା ଦେଖିବାକୁ ମିଳିଥିଲା । ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ପରେ ଜାଣିବାକୁ ପାଇଲେ ।ଏ ସମ୍ପର୍କରେ ଗ୍ରାମ ବାସୀ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଦିନ ୧୨ ଟା ସୁଧା ହିନ୍ଦୋଳ ବନବିଭାଗ ଏବଂ ବାଲିମି ପୋଲିସ୍ ବୁଢୀ ନାଳୀ ଗ୍ରାମ୍ୟ ଜଙ୍ଗଲ ରେ ପହଞ୍ଚି ମ୍ରୁତ୍ୟୁ ଖଣ୍ଡ ବିଖଣ୍ଡିତ ଶବକୁ ଠାବ କରି ଉତକ୍ଷିପ୍ତ ଗ୍ରାମ ବୀସୀ ମାନଙ୍କୁ ବୁଝାସୁଝା କରି ଶବ ବ୍ୟବଛେଦ ନିମନ୍ତେ ଶବକୁ ହିନ୍ଦୋଳ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିଲେ ।
ଅନ୍ୟପଟେ କଡଲା ଗ୍ରାମର ଚକ୍ରଧର ବେହେରା (୬୧ )ଆଜି ସକାଳେ ଘର ପାଇଁ ଜାଲେଣି କାଠ ଆଣିବାକୁ ପାଖ ଗ୍ରାମ୍ୟ ଜଙ୍ଗଲ କୁ ଯିବା ସମୟରେ , ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ।ଖବର ପାଇ ହିନ୍ଦୋଳ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ, ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲା ।