News
WhatsApp Image 2023-10-04 at 17.25.00
samparksetu

ପାରିମାଳ ଅଞ୍ଚଳରେ ହାତୀ ଉପଦ୍ରବ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ପାରିମାଳ ଅଞ୍ଚଳରେ ହାତୀ ଉପଦ୍ରବ ଥମିବା ନା ଧରୁ ନାହିଁ। ରାତି ହେଲେ ହାତୀ ଜନବସତି ମୁହାଁ ହେଉଛନ୍ତି । ଚାଷୀ ଜମିରୁ ଧାନ ଅମଳ ପରେ ହାତୀ ଖାଲି ଜମିରୁ ଧାନ ନପାଇ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି । ଚାଷୀ ଅମଳ କରି ରଖିଥିବା ଧାନ ବସ୍ତା ଘର ଭିତରୁ ଧରି ପଳାଇ ଯାଉଛି । ଗତକାଲି କଣ୍ଟାପାଳ ଗାଁରେ ସାରଙ୍ଗ ନାଏକଙ୍କ ଘରୁ ସେ ଅମଳ କରି ରଖିଥିବା ଧାନ ବସ୍ତା ନେଇ ପଳାଇଛନ୍ତି । କିଛି ଦିନ ତଳେ ଏହି ଅଞ୍ଚଳର କନ୍ତିଓକାଟେଣୀ ରୁ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଏ ଅଞ୍ଚଳଟି ହାତୀଙ୍କର ଏକ ଚରାଭୁଇଁରେ ପରିଣତ ହୋଇଛି । ସ୍ପଷ୍ଟ ଦିବାଲୋକରେ ବି ହାତୀ ବୁଲୁଥିବା ହେତୁ ଧନ ଜୀବନ ପ୍ରତି ବିପଦ ବି ଦେଖାଦେଇଛି । ବନବିଭାଗ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନେବା ଲକ୍ଷ୍ୟ କରା ଯାଉ ନାହିଁ । ଏହି ପରି ଗୋଟିଏ ପରେ ଗୋଟିଏ ଘଟଣା ଘଟିଲେ ଆଗାମୀ ଦିନରେ ଲୋକ ଅସନ୍ତୋଷ ଆନ୍ଦୋଳନ ରୂପ ନେବା ନିଶ୍ଚିତ।

new life
You might also like
error: Content is protected !!