News
WhatsApp Image 2023-10-04 at 17.25.00
samparksetu

କୋଭିଡ୍ କଟକଣାକୁ ଦିଆଯାଉଛି ଗୁରୁତ୍ୱ, ଏକାଦଶ କ୍ଳାସରୁମ ପାଠ ପଢା ଆରମ୍ଭ

ଆଜିଠାରୁ ଏକାଦଶ ଶ୍ରେଣୀ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସେହିପରି ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି । ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରୀ କଲେଜ ରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି ।

ସୁରକ୍ଷା ଦୃଷ୍ଟିରୁ କ୍ଳାସରୁମ ଗୁଡିକ ସାନିଟାଇଜ କରାଯାଇଥିବା ବେଳେ ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିଛନ୍ତି ଛାତ୍ରୀ । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରୀଙ୍କ ବସିବା ବ୍ୟବସ୍ଥା‌ ମଧ୍ୟ କରାଯାଇଛି । ଏହି କ୍ଲାସରୁମ୍‌ ପାଠପଢ଼ା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପରିଅଡ୍‌ କରାଯିବା ସହ ରବିବାର କ୍ଲାସ୍‌ ହେବ ନାହିଁ ।

ତେବେ ବିଳମ୍ବିତ ସମୟରେ କ୍ଳାସ ଖୋଲିଥିଲେ ମଧ୍ୟ ସରକାରଙ୍କ ଏହି ପଦକ୍ଷେପ କୁ ସ୍ୱାଗତଯୋଗ୍ୟ ଏବଂ ସଠିକ ସମୟରେ ସିଲାବସ କୁ ସମାପ୍ତ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ପ୍ରିନ୍ସିପାଲ ଡ଼ଃ ଆର. ସି. ମଲ୍ଲ । ଅନ୍ୟପଟେ ନୂଆ କଲେଜ ଆସି ନୂଆ ଶିକ୍ଷକ ଏବଂ ସାଙ୍ଗ ମାନଙ୍କ ସହ ମିଶି ବେସ୍ ଖୁସି ଜାହିର କରିଛନ୍ତି ଛାତ୍ରୀ ।

ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତ୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

new life
You might also like
error: Content is protected !!