News
WhatsApp Image 2023-10-04 at 17.25.00
samparksetu

ଫୁଙ୍ଗୁଳା ଫଗୁଣ

ଶୀତର  ଚାଦରୁ ଫୁଙ୍ଗୁଳା ଫଗୁଣ
     ଧରାବକ୍ଷେ  ଆଗମନ !
ନଈକୂଳେକୂଳେ  କାକର କାଆଁଳ
       ଚଷାକୁ ଦିଏ ଆହ୍ୱାନ !!

ନଇତୁଠେ  ଆଜି    ନଇଁ  ନବବଧୂ
   ହଳଦୀ ତନୁରେ ମାଖେ !
ଲୋଡ଼ାନାହିଁ ଆଉ   ଉଷୁମଜଳର
     ପ୍ରତ୍ୟୁଷେ ସଅଳ ଚାଖେ !!

ଆମ୍ବତୋଟା ମାଳେ କୋଇଲିର  ସ୍ୱର
       ମନପୁଲକିତ  କରେ !
ଆମ୍ବବଉଳର   କଢ଼ଫୁଲପେନ୍ଥା
      ମହକେ  ଚତୁର୍ଦିଗରେ !!

ନାନା ରକମର     ସୁବାଷ କୁସୁମ
   ଧରଣୀ କୋଷାରେ ଖୋସା !
ପ୍ରଜାପତି ଧରି    ପେରେମ ପତାକା
    ଫୁଲରେ  ବାନ୍ଧଇ  ବସା !!

ଉତ୍କଣ୍ଠା କାମିନୀ   ନବବଧୂ  ଧ୍ୟାନେ
      ସଞ୍ଜସଳିତା  ଜାଳଇ !
ମନର ମଣିଷ ବିଦେଶୁ ଫେରିବେ
      ଫଗୁ ହୋଲିଖେଳ ପାଇଁ !!

କରୋନା  ଯାଇଛି   ବିଦେଶ  ହାଟକୁ
         ରୁକୁଣା ରଥରେବସି !
ଫଗୁ ଦଶମିରେ  ଫଗୁଖେଳଲାଗି
     ବିମାନେ ଗୋବିନ୍ଦ ହସି !!
     
   ✍🏻 ସୂର୍ଯ୍ୟ ନାୟକ

new life
You might also like
error: Content is protected !!