News
WhatsApp Image 2023-10-04 at 17.25.00
samparksetu

ମଙ୍ଗଳପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ରରେ ଅବ୍ୟବସ୍ଥା ; ଦୁଇ ବର୍ଷ ହେଲା ନାହାନ୍ତି ଚିକିତ୍ସକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ମଙ୍ଗଳପୁର ପ୍ରାଣୀଧନ ଚିକିତ୍ସ। କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥ। ଦେଖିବାକୁ ମିଳିଛି ।ଗତ ଦୁଇ ବର୍ଷରୁ ଅଧିକ ଦିନ ହେବ ଡାକ୍ତର ନଥିବା ବେଳେ ଚିକିତ୍ସା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଦୁଇ ବର୍ଷ ପୂର୍ବରୁ ଜଣେ ଚିକିତ୍ସକ ରହିଥିଲେ ।ତାଙ୍କର ଅନ୍ୟତ୍ର ବଦଳୀ ହେବା ପରଠାରୁ ଚିକିତ୍ସକ ପଦବୀ ଖାଲି ପଡିଛି ।ଫଳରେ ମଙ୍ଗଳପୁର,ମାନପୁର,.କମଳାଙ୍ଗ,କୁସୁପଙ୍ଗା ଆଖପାଖ
ଗ୍ରାମାଞ୍ଚଳରେ ଚାଷୀ ଏବଂ ଗାଈଗୋରୁ ରଖିଥିବା ଲୋକମାନେ ଓ ଋଣ କରି ଗାଈ ରଖିଥିବା ଚାଷୀମାନେ ମଙ୍ଗଳପୁର ଚିକିତ୍ସାଳୟରେ ଚିକିତ୍ସକ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଖପାଖରେ କୌଣସି ଚିକିତ୍ସାଳୟ ନଥିବାରୁ ସେମାନେ ଖର୍ଚ୍ଚାନ୍ତ ହୋଇ ଅନ୍ୟ ପ୍ରାଣୀ ଚିକିତ୍ସାଳୟକୁ ନେବାକୁ ପଡିଥାଏ । ତେବେ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବୀ ହୋଇଛି ।

new life
You might also like
error: Content is protected !!