News
WhatsApp Image 2023-10-04 at 17.25.00
samparksetu

ଶ୍ରାବଣ ଆଣି ଦେଇଛି ଆନନ୍ଦ, ବର୍ଷା ଆଣିଲା ସଞ୍ଜିବନୀ

ମୌସୁମୀ ବର୍ଷାର ବୁଣା ଓ ତଳି ପକାରେ ହୋଇଥିଲା ଅହେତୁକ ବିଳମ୍ବ, ୮୦ ପ୍ରତିଶତ ଜମିରେ ଧାନ ତଳି କିମ୍ବା ଧାନ ବେଉଷଣ କାର୍ଯ୍ୟ ବର୍ଷାର ଅନିୟମିତତା ଯୋଗୁ ପ୍ରାୟ ହୋଇପାରି ନ ଥିଲା। ଯାହା ଦ୍ଵାରା ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନର ବର୍ଷା ଚାଷୀଙ୍କ ମନରେ ସଞ୍ଜିବନୀର ଆଶା ସୃଷ୍ଟି କରିଛି । ଶ୍ରାବଣ ଆଣି ଦେଇଛି ଆନନ୍ଦ। ପର୍ଯ୍ୟାପ୍ତ ପରିମାଣର ବର୍ଷା ହେବାରୁ ଚାଷୀ କିଆରିରେ ଧାନତଳି ପକାଇବା ଆରମ୍ଭ କରିଦେଇଛନ୍ତି ।

ଆମ ଓଡ଼ିଶାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ଏକମାସ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନର ବର୍ଷା ଚାଷୀ ମନର ଖୁସିକୁ ଦ୍ଵିଗୁଣିତ କରିଦେଇଛି ।

ତେବେ ରହୁନି ତାରତମ୍ୟ ଋତୁଚକ୍ର ରେ ଘଟିଛି ବିରାଟ ବିଭ୍ରାଟ । ବାରମ୍ବାର ପ୍ରକୃତି ଦାଉ ସାଜୁଛି କେତେବେଳେ ମରୁଡ଼ି ପୁଣି କେତେବେଳେ ଅସମୟରେ ଅତ୍ୟଧିକ ବର୍ଷାରେ ବନ୍ୟା, ଏପରିକି ଅମଳ ହେବା ପରେ ବିକ୍ରି ପାଇଁ ମଣ୍ଡିରେ ଧାନ ମାସ ମାସ ଧରି ପଡ଼ି ରହିଥିବାର ଖବର ଦେଖିବାକୁ ମିଳିଥାଏ । ସେହିପରି ସରକାର ଚାଷୀଙ୍କ ପାଇଁ ବହୁ ଯୋଜନା ରଖିଥିବା ବେଳେ କିଛି ସମୟରେ ଚାଷୀଙ୍କ ପାଇଁ ତାହା ସାତସପନ ସାଜିଥାଏ ।

ତେବେ ଶତ ଦୁଃଖ ସହି କର୍ମ କରୁଥାଏ ମାଟି ମା ର ପୁଅ ଚଷା । ସାରା ଜଗତକୁ ଆହାର ଯୋଗାଇ ସାଜିଥାଏ ସଭିଙ୍କ ଭରଷା ।

new life
You might also like
error: Content is protected !!