News
WhatsApp Image 2023-10-04 at 17.25.00
samparksetu

ଜନ୍ମଦାତା

(ବିଶ୍ବ ପିତୃତ୍ବ ଦିବସର ସ୍ଵତନ୍ତ୍ର ଅଭିଲେଖ)

ବିସ୍ତାରିତ ଅଭ୍ର ଅନନ୍ତ
ଦିବ୍ୟ ଅନ୍ତର ପ୍ରୀତି
ତ୍ରିପଥଗା ସିକ୍ତ ଶୀତଳ
ତୃପ୍ତ ହୃଦୟ ଗୀତି ।

ଶିଳୋଚୟ ସ୍ଥିର ସୁକାନ୍ତ
ସୁଧାସିକ୍ତ ସ୍ଵଭାବ
ପିତା ଅନାବିଳ ଅନନ୍ୟ
ପୂତ ପ୍ରଶାନ୍ତ ଭାବ ।

ପ୍ରସବିତା ସତ୍ଯ ସବିତା
ସର୍ବ ସୁଦକ୍ଷ କର୍ତ୍ତା
ବସୁନ୍ଧରା ବିଶ୍ବ ବନ୍ଧନ
ଗୃହ ଅଗ୍ର ବେବର୍ତ୍ତା ।

ଦିବିଷଦ ଦିବ୍ଯ ପୁରୁଷ
ମର୍ତ୍ତ୍ଯ ଅପୂର୍ବ ବିତ୍ତ
ଜନ୍ମଦାତା ସ୍ଵର୍ଣ୍ଣ ନିଳୟ
ପୂର୍ଣ୍ଣ ପବିତ୍ର ଚିତ୍ତ ।

ଶିଖାବଳ ଶିଖ କୀରିଟି
ସୁତ ସୁରକ୍ଷା ଦୁର୍ଗ
ବିରାଜିତ ବର ବିଭବ
ବିଭୁ ସମ୍ଭୂତ ମାର୍ଗ ।

ବିଶ୍ବ ପ୍ରସବିତ୍ରୀ ଭରସା
ରସା ବିଶ୍ବାସ ସୂତ୍ର
ପୂତ୍ରକନ୍ଯା କୃତ ଅନନ୍ଯ
ଧୃତ ପିତୃତ୍ବ ପାତ୍ର ।

ଅର୍ଘ୍ଯଯୋଗ୍ଯ ଯୁଗ ଅବଦ୍ଯ
ବନ୍ଦେ ଅନିନ୍ଦ୍ୟ ନର
ଜନ୍ମଦାତା ଜଗତ୍ବିଜେତା
ବିଧି ଅମୃତ ବର ।

✍️ ପ୍ରସନ୍ନ ମଣ୍ଡଳ

new life
You might also like
error: Content is protected !!