News
WhatsApp Image 2023-10-04 at 17.25.00
samparksetu

ଫିଟର ୱାର୍କସପରୁ ଆଇପିଏସ ଅଫିସର, କିଛି ଏଭଳି ଥିଲା ତାଙ୍କ ଯାତ୍ରା

ଢେଙ୍କାନାଳ ଜିଲ୍ଲାର ନବ ନିଯୁକ୍ତି ଆରକ୍ଷୀ ଅଧିକାରୀ କେ.ଶିବା ସୁବ୍ରମଣି । ଆଇପିଏସ ସ୍ଥରରେ ଅଦଳ ବଦଳ ପରେ ୨୦୦୯ ବ୍ୟାଚ ର ଏହି ଆଇପିଏସ ଅଫିସର ଙ୍କୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆରକ୍ଷୀ ଅଧିକାରୀ ଦାୟିତ୍ୱ ।

ତେବେ ଜାଣିଛନ୍ତି ଆଇପିଏସ ଅଫିସର ସୁବ୍ରମଣି ଙ୍କ ଯାତ୍ରାର କାହାଣୀ । ସଙ୍ଘର୍ଷ ମୟ ଜୀବନ ଯାତ୍ରା କରିଛନ୍ତି ଏହି ଆଇପିଏସ ଅଫିସର ଯାହାକୁ ଶୁଣିଲେ ଯେକୋୖଣସି ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯିବ ।

ତାମିଲନାଡୁ ରାଜ୍ୟର ଏକ ଉପାନ୍ତ ଗ୍ରାମରୁ ଆରମ୍ଭ ହୁଏ ସୁବ୍ରମଣି ଙ୍କ ଯାତ୍ରା । ନିଜ ଗାଁ ସ୍କୁଲ ରୁ ପାଠ୍ୟକ୍ରମ ସାରି ସ୍ୱବାବଲମ୍ବୀ ହେବାର ସ୍ବପ୍ନ ଦେଖିଥିଲେ ସୁବ୍ରମଣି । ଅନ୍ୟ କୌଣସି ହାଇୟର ଏଯୁକେଶନ ଅପେକ୍ଷା ଆଇଟିଆଇ କରି ନିଜ ପେଟ ନିଜେ ପୋଷିବାର ନିଷ୍ପତ୍ତି ନେଇଥିଲେ ସିଏ । ଫିଟର ରେ ନିଜ ପାଠ୍ୟକ୍ରମ ସାରି ଏକ ଘରୋଇ ମୋଟର କାରଖାନା ରେ ଚାକିରୀ ଆରମ୍ଭ କରିଥିଲେ ମଧ୍ୟ ଏତିକିରେ ଚଳିବା କଷ୍ଟକର ହୋଇପଡିଥିଲା । ତେଣୁ ସିଏ ସାମୟିକ ଭାବେ ବସ୍ କଣ୍ଡକ୍ଟର ଭାବେ ମଧ୍ୟ କାର୍ଯ୍ୟ କରି କିଛି ପଇସା ରୋଜଗାର କରିଥାନ୍ତି , କେବଳ ସେତିକି ନୁହେଁ ସେହି ପଇସା ସଞ୍ଚି ଇଂଜିନିୟରିଂ ପାଠ୍ୟ ଆରମ୍ଭ କରିଥାନ୍ତି ।

ହେଲେ ଏହି ସଂଘର୍ଷ ମୟ ଭିତରେ ସିଏ ପାଠ ପଢ଼ାରୁ ବିଚ୍ୟୁତ ହୋଇନଥାନ୍ତି । ରେଲୱେ ୱାର୍କସପ ରେ ଟେକ୍ନିସିଆନ ଭାବେ ନିଯୁକ୍ତି ମିଳିଥିଲା ତାଙ୍କୁ । ତିରୁଚିରାପଲ୍ଲୀ ଷ୍ଟେସନ ରେ ଆଗେଇ ଚାଲିଥାନ୍ତି ସିଏ, ଏଭଳି ଅକଥନୀୟ କାର୍ଯ୍ୟ ଭିତରେ ମଧ୍ୟ ସିଏ ପାଠରୁ ମନ ଛଡାଇ ନଥାନ୍ତି ଏବଂ ଦେଇ ଚାଲନ୍ତି ସିଭିଲ ସର୍ଭିସ ପରୀକ୍ଷା । ବାରମ୍ବାର ପରୀକ୍ଷା ଦେଇ ନିରାଶ ନ ହୋଇ ଷଷ୍ଠ ଥର କୃତକାର୍ଯ୍ୟ ହୋଇଥାନ୍ତି ସୁବ୍ରମଣି । ଆଉ ଏହା ପରେ ଜୀବନ ଯାତ୍ରାର ନୂଆ ଟ୍ରାକ୍ ନେଇଥିଲା ତାଙ୍କ ଜୀବନ ରେଳ ।

ଶେଷରେ ମିଳିଲା ସୁବ୍ରମଣି ଙ୍କୁ ପରିଶ୍ରମର ଫଳ ଆଇ ପି ଏସ ଅଫିସର ଭାବେ ନିଯୁକ୍ତି ପାଆନ୍ତି ସିଏ । ତେବେ ଚଳଚିତ୍ର ର ସ୍କ୍ରିପ୍ଟ ଭଳି ଲାଗୁଥିବା ସୁବ୍ରମଣି ଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆଦର୍ଶ ପାଲଟିଯିବେ ଏହା ଆମର ବିଶ୍ୱାସ ।

new life
You might also like
error: Content is protected !!