News
WhatsApp Image 2023-10-04 at 17.25.00
samparksetu

ଚାଲନ୍ତୁ ଫିଟ ରୁହନ୍ତୁ ; ଆଜିର ଫିଟନେସ ଫଣ୍ଡା

ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍‌ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ ଚାଲିକି ବି ଆପଣ ନିଜ ଓଜନ ହ୍ରାସ କରିପାରିବେ।

ଯେଉଁ ଲୋକ ଜିମ୍‌ ଯିବାକୁ ଅସମର୍ଥ କିମ୍ବା ରୋଗ ଯୋଗୁ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ସେମାନେ ୧୦ ହଜାର ପାଦ ଚାଲିବାର ଏକ୍ସରସାଇଜ୍‌କୁ ଆପଣାଇ ପାରିବେ। ଏମିତି କରିବାରେ ଆପଣ ଖୁବ୍‌ କମ୍‌ ଦିନରେ ଓଜନ ନିୟନ୍ତ୍ରିତ କରିପାରିବେ ।

ବର୍ଣ୍ଣ ହେବ ୪୦୦ କ୍ୟାଲୋରୀ

ଅଧିକାଂଶ ଲୋକ ୧ ହଜାର ପାଦ ଚାଲି ପାଖାପାଖି ୩୦ରୁ ୪୦ କ୍ୟାଲୋରୀ ବର୍ଣ୍ଣ କରିଥାଆନ୍ତି। ତେଣୁ ଏମିତିରେ ୧୦ ହଜାର ପାଦ ଚାଲିବା ଦ୍ୱାରା ଆପଣ ପାଖାପାଖି ୩୦୦ରୁ ୪୦୦ କ୍ୟାଲୋରୀ ବର୍ଣ୍ଣ କରିପାରିବେ। ଯଦିଓ ଏହା ଏକ ଅନୁମାନ, କିନ୍ତୁ ଆପଣ ଯେତେ ପାଦ ଚାଲିଥାଆନ୍ତି, ଆପଣଙ୍କ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଏହାର ଠିକ୍‌ ଅନୁମାନ ଆପଣଙ୍କ ଓଜନ, ଉଚ୍ଚତା, ଫିଟ୍‌ନେସ ସ୍ତର, ଗତି ଏବଂ କ୍ଷେତ୍ର ଉପରେ ନିର୍ଭର କରିଥାଏ, ଯେଉଁଠି ଆପଣ ଚାଲୁଛନ୍ତି।

ଯଦି ଆପଣ ବହୁତ ମୋଟା ଏବଂ ରୋଗାଗ୍ରସ୍ତ ରହୁଛନ୍ତି, ତା’ହେଲେ ରାସ୍ତା କିମ୍ବା ଟ୍ରେଡ୍‌ମିଲ ଉପରେ ୧୦ ହଜାର ପାଦ ଚାଲି ଓଜନ ହ୍ରାସ କରିପାରିବେ । ଆପଣ ଚାହିଁଲେ ସିଡିରେ ମଧ୍ୟ ୧୦ ହଜାର ଷ୍ଟେପ୍‌ ଚାଲି ନିଜ ଲକ୍ଷ୍ୟକୁ ପାଇପାରିବେ ।

new life
You might also like
error: Content is protected !!