News
WhatsApp Image 2023-10-04 at 17.25.00
samparksetu

ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥିଙ୍କ ଉପସ୍ଥିତରେ ଫୋରମର ସମସ୍ତ ସଦସ୍ୟ ମାନେ ଉତ୍ସବର ମୁଖ୍ୟ ଆକର୍ଷଣରେ ମକର ସଂକ୍ରାନ୍ତିର ପରମ୍ପରା ଅନୁଯାଇ ବିଭିନ୍ନ ପ୍ରକାର ଲଡ୍ଡୁ ପରସ୍ପରଙ୍କ ମଧ୍ୟରେ ଆଦାନ ପ୍ରଦାନ କରିଥିଲେ । ପରେ ଫୋରମର ଉପସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଜଜ ଶ୍ରୀ ଦୁର୍ଗାଚରଣ ମିଶ୍ର ଯୋଗଦେଇ ସମାଜରୁ ଦୁର୍ନୀତି ନାମକ ଅସୁରକୁ ଦୂର କରିବା ସହିତ ଭଲ ଓ ଶିକ୍ଷିତ ମଣିଷ ସୃଷ୍ଟି କରିବା, ସମାଜରୁ ନିଶା ନିବାରଣ କରିବା, ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ବନ୍ଦ କରିବା ଉପରେ ଆଲୋକପାତ କରିଥିଲେ । ସମ୍ନାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ କର ଯୋଗଦେଇ ମକର ସଂକ୍ରାନ୍ତିର ଉଦ୍ଦେଶ୍ୟ ଓ ଏହା ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବ ରୂପେ ପାଳନ ହେଉଥିବା ସମ୍ପର୍କରେ ସୂଚନା ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଓଡିଶାର ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଅକ୍ଷୟ ମହାନ୍ତି ଯୋଗଦେଇ ଫୋରମ ଦ୍ୱାରା ହେଉଥିବା ବିଭିନ୍ନ ସେବ। ମୂଳକ କାର୍ଯ୍ୟର ଭୁୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଫୋରମ ସାଙ୍ଗରେ ରହି ସମୟ ଦାନ ପୂର୍ବକ କାର୍ଯ୍ୟ କରିବେ ଏବଂ ପ୍ରଥମେ “ମାଟି ” ତାପରେ ପାର୍ଟି ନୀତିକୁ ଆଧାର କରି କାର୍ଯ୍ୟ କରିବାର ଦୃଢ଼ ପ୍ରତିଶୃତି ଦେଇଥିଲେ ।

ଫୋରମର ଶିକ୍ଷା ବିଭାଗ ସଭାପତି ଦେବି ପ୍ରସାଦ ମିଶ୍ର ବ୍ୟାସ କବି ଫକୀର ମୋହନଙ୍କର ଜୀବନୀ ଓ ସାହିତ୍ୟ କୃତ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଫୋରମ ଚଳିତ ବର୍ଷକୁ ଶିକ୍ଷା ବର୍ଷ ରୂପେ ଗ୍ରହଣ କରିଥିବାରୁ ସମସ୍ତେ ଶିକ୍ଷାର ଉନ୍ନତି ନିମିତ୍ତ ଆଗେଇ ଆସିବାପାଇଁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫୋରମର ମହିଳା ଶାଖା ଓ ନଗର ଶାଖାର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ l ଫୋରମର ସମ୍ପାଦକ ଶ୍ରୀ ଭରତ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ମହିଳା ସଭାନେତ୍ରୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!