News
WhatsApp Image 2023-10-04 at 17.25.00
samparksetu

ମନ୍ତ୍ରୀ ଆସୁଛନ୍ତି


ଆସ ତୁମେ ଥରେ ମୋ ଗାଁ ତୀରେ
ପଡୁ ପଲ୍ଲୀପୁରେ ପାଦ
ଖାଲି ହାତେ ଆସ କିଛି ମାଗୁ ନାହି
କରେ ଟିକେ ଖୋଷାମଦ ।
ତୁମେ ଆସିଗଲେ ବଦଳିବ ଗଳି
ବଦଳିବ ଗାଁ ରଙ୍ଗ
ତୁମ ଗାଡି ଚକ ଗଡ଼ିଲେ ଥରୁଟେ
ବଦଳିବ ସବୁ ଢଙ୍ଗ ।
ରାସ୍ତା ପରିଷ୍କାର ପ୍ରବେଶ ଦୁଆରୁ
ଖାଲ ଢ଼ିପ ସମତୁଲ
ଅଧା ଗଢ଼ା ସବୁ ସମ୍ପୂର୍ଣ୍ଣ ହୋଇବ
ଠିକାଦାର କଲବଲ ।
ସଭିଏଁ ତେଜିବେ ହେବେ ଯେ ବିଚଳ
ମନ୍ତ୍ରୀ ଆସୁଛନ୍ତି ଭାବି
କର୍ମରେ ତତ୍ପର ବିରାଡ଼ି ବୈଷ୍ଣବ
ବାଟ କାନ୍ଥେ ନାନା ଛବି ।
ଆସିବା ଆଗରୁ ବାବୁ  ଅଫିସର
ହେବେ ଅବା ସାବଧାନ
ମନମୁଖୀ ତାଙ୍କ ବାବୁ ପାଣିଆର
ଗରବ ଭାଙ୍ଗିବ ଜାଣ ।
ପ୍ରତିଦିନ ନୁହଁ ଥରେ ଥରେ ଆସ
ଦେଖି ଯିବ ଗ୍ରାମ ଦେଶ
ଦାରିଦ୍ର୍ୟ କଷଣ କେତେ ଭୋଗୁଛନ୍ତି
ଓଠୁ ଲିଭିଅଛି ହସ ।
ଅନେକ ଯୋଜନା ମଙ୍ଗଳ କାମନା
ଅଛି ସିନା ଦୁଃଖୀ ପାଇଁ
ହେଲେ ତୁମେ କେବେ ପଚାରି ବୁଝିଛ
ଖଟିଖିଆ ପାଶେ ଯାଇ ।
ନିର୍ମଳ ଶାସନ ଆକାଶେ ଯେତକ
କଳା ବାଦଲର ଛାଇ ।
ମୌସୁମୀ ହୋଇ ଭସେଇ ଦିଅ ଯେ
ଆଲୋକ ମିଳିବ ଯାଇ ।
କେତେ କୁଜି ଏଠି ଶାସନ ଚଳାନ୍ତି
ତୁମ ଆଢୁଆଳେ ରହି
ସେଥି ପାଇଁ ତୁମେ ମଧ୍ୟାନ୍ତରେ ଆସ
ଜନତା ରହିଛି ଚାହିଁ ।

✍️ଅଜିତ କୁମାର୍ ଦାସ

new life
You might also like
error: Content is protected !!