News
WhatsApp Image 2023-10-04 at 17.25.00
samparksetu

ମଶାଣି ତୀର୍ଥ

ପୁଣ୍ୟତୋୟା ମୁଁ ଭାର୍ଗବୀ ତଟ
ମଶାଣି ମୋର ନାମ !
କୁଢ଼ କୁଢ଼ ଶବ ନିଇତି ଛୁଟନ୍ତି
ଯିବାକୁ ମୁକ୍ତି ଧାମ !!
ସକଳ ତୀର୍ଥ ଶେଷାଗ୍ରେ ସ୍ଥାନ
କୋଳେଇ ନିଏଧରି !
ରାଜନେତା ଅବା ଦିନମଜୁରିଆ
ସଜ୍ଜିତ ଦଣ୍ଡାଧିକାରୀ !!
ସର୍କାର ଲେଖନ୍ତି ମୃତ୍ୟୁଇତିହାସ
ନିର୍ବୋଧବୋକାପରି !
ଅସହାୟ ଖୋଜେ ଯୁଇରନିଆଁରେ
ହରତାଳଅସୀ ଧରି !!
ଏନ୍ତୁଳିଶାଳର କୋଚିଲା କାଠଟି
ଦୁକୁ ଦୁକୁ ଜଳିଥାଏ !
ଚନ୍ଦନକାଠରେ ଦାହାହେବାପାଇଁ
ଅଲୋଡ଼ା ମଡ଼ା ଚାହେଁ !!
ମରଣ ବୁଝେନି ବାଳୁତ କି ବୃଦ୍ଧ
କାଳ ଅକାଳ ସୀମା !
ଶ୍ମଶାନଘାଟେ ସଭିଏଁ ମେଳ
ଆବୋରି ପରିସୀମା !!

✍️ସୂର୍ଯ୍ୟ ନାୟକ

new life
You might also like
error: Content is protected !!