News
WhatsApp Image 2023-10-04 at 17.25.00
samparksetu

ସ୍ୱାଧୀନତା ଦିବସ ପୂର୍ତ୍ତି ଅବସର ରେ

ସପ୍ତଦଶ ପାଞ୍ଚ ବରଷ ହେଲାଣି
                  ଏ ଦେଶ ର ସ୍ୱାଧୀନତା
ସକାଳ ର ଶୁଭ ସ୍ବାଗତ ଜନାୟେ
               ଆମ ଜାତୀୟ ପତାକା (୧)

ପଲ୍ଲୀ ଠାରୁ ଦିଲ୍ଲୀ ପ୍ରକମ୍ପିତ ହୁଏ
                 ତୋପ କମାଣ ର ଶଦ୍ଦେ
ତ୍ରିରଙ୍ଗା ଝଣ୍ଡା କୁ ସ୍ଵାଗତ କରନ୍ତି
                 ବିଗୁଲ ର ବୀର ବାଦ୍ୟେ(୨)

ଚାଲି ତ ଗଲେଣି ଗାନ୍ଧୀ ଗୋପବନ୍ଧୁ
                      ପଣ୍ଡିତ ନେହେରୁ ଆଜି
ଲାଲ୍ ବାଲ୍ ପାଲ୍ ସର୍ଦ୍ଦାର ପଟେଲ
                ଦେଶ ମାତୃ କାଳୁ ଭଜି(୩)

    
ମୋଦୀ ଜୀ ଙ୍କ ନ୍ୟାରା ଲଗା ଥରେ ପ୍ୟାରା
                 ତ୍ରିରଙ୍ଗା ଝଣ୍ଡା କୁ ଆଜି
         ସଭିଙ୍କ କଣ୍ଠ ରେ ଜାତୀୟ ସଙ୍ଗୀତ
                ଏକ ସ୍ୱରେ ଉଠୁ ବାଜି(୪)

ଏକତା ର ମନ୍ତ୍ର ହେଉ ମହାମନ୍ତ୍ର
                    ସର୍ବ ଦେଶ ବାସୀ ପ୍ରାଣେ
ଫେରି ଆସୁ ଦେଶେ ଗତ ଗୌରବେ
                   ହଜିଲା ଅତୀତ ମନେ(୫)
              
ସୁବାଷ ବୋଷ ଜୟୀ ରାଜଗୁରୁ
               ଓଡ଼ିଆ ବିରତୁୟ ଗାଥା
ପଡିଗଲେ ମନେ ବ୍ୟଥା ଲାଗେ ପରାଣେ
               ଲାଜେ ନଇଁ ଯାଏ ମଥା (୬)

    ବାର ବରଷ ର ବାଜି ରାଉତ ଟେ
          ହସି ହସି ଦେଶ ପାଇଁ
ବନ୍ଧୁକ ମୁନରେ ରେ ଆତ୍ମବଳି ଦେଇ
        ହୋଇଗଲା କାଳଜୟୀ (୭)

ଜୟ ହେ ଯବାନ  ଜୟ ହେ କିଶନ୍
      ଜୟ ମୋ ଓଡ଼ିଆ ଭାଷା
ତାପଙ୍ଗ ଗଡ ରେ ବୀର ର କାହାଣୀ
        ସ୍ୱର୍ଣକ୍ଷର ରେ ଅଛି ଲେଖା (୮)

ଶାନ୍ତି ମୟତ୍ରି ପ୍ରୀତି ଭରି ଉଠୁ ଦେଶେ
     ଏହା ହିଁ କାମନା ମୋର
ସୁରକ୍ଷା କବଚ ହୋଇ ରହି ଥାଆନ୍ତୁ
        ମୋ ପ୍ରଭୁ ବଡ଼ ଠାକୁର(୯)

ଦେଶ ଜନତା ଙ୍କୁ ଜଣାଉ ଅଛି ମୁଁ
       କୋଟିକୋଟି ଦଣ୍ଡବତ
ତ୍ରିରଙ୍ଗା ବାନା କୁ ସ୍ବାଗତ କରେ ମୁଁ
       କରି ମୋର ମଥା ନତ (୧୦)

                             
    ✍️ କରୁଣାକର ବାରିକ

new life
You might also like
error: Content is protected !!