News
WhatsApp Image 2023-10-04 at 17.25.00
samparksetu

ଲକଡାଉନ ହାତଗଣ୍ଠି

ହାତକୁ ଦିହାତ ହେଵାକୁରେ ବନ୍ଧୁ
ମନତ ଉଛର୍ଣ୍ଣ ହେଲାଣି !
କଣ୍ଡୁରିଆ କହେ ଚିନ୍ତାକରନାହିଁ
ନାଗନାଡ୍ଡୀ ଫିଟିଗଲାଣି !!
ମାଉସୀ ପୁଅଟା ମେ ମାସରେ ଯେ
ମଙ୍ଗୁଳୁତି ଖାଇ ଦେଲାଣି !!
ପଡ଼ିଶା ଘରର ବୁଢ଼ୀମାଉସୀ ଟୀ
ରାଜନୀତି ଭାରି କଲାଣି !
ବନ୍ଧୁ ଚାରିଘର ଦେଖି ଆସିଥିଲେ
ସବୁତକ ଭାଙ୍ଗି ଦେଲାଣି !!
ମଉସା କହିଲେ ଲକ ଡାଉନ ରେ
ଯେମିତି ହେଲେବି ଛନ୍ଦିବା !
ଖରଚ ଆମର ପୁରା କମ ହବ
ସାଧାରେ ତ ତାଳି ମାରିବା !!
ବନ୍ଧୁ ବାନ୍ଧବକୁ ଲୋଡ଼ିଆମେ କାହିଁ
କରୋନା ନିୟମ ଭାଙ୍ଗିବା !
କଙ୍କଡା କୁ ସଜ ଗୋଳିପାଣି ପରି
ମୁନ୍ଦାଏ ମୁନ୍ଦାଏ ପିଇବା !!
ଏଇ ଲକ ଡାଉନ ରେ ଛକା ଚୌକା ମାରି
ହାତଗଣ୍ଠି କାମ ସାରିବା !!!!

new life
You might also like
error: Content is protected !!