ବିରହ ଯନ୍ତ୍ରଣା
ମୋହ ଦଧିରେ
ନୟନର ସୁଅ
ଯେବେ ଭାସେ ଚିବୁକରେ ,
ଯତନେ ସାଇତେ
ରଖେ ଲୁକାୟିତ
ଅଜାଗା ଅବେଳିତ
କାଳେ ହେବ ବୃଷ୍ଟିପାତ ||
ମନ ବାଲୁକାରେ
ଭାଙ୍ଗେ ସ୍ୱପ୍ନର ନଗର
ଭାସି ଆସେ ସ୍ମୃତି
ରାତି ଅନିଦ୍ରା ସହର…….
ବିରହ ଛଳନା
କେବେ ପ୍ରେମ ସ୍ମୃତିର ଜ୍ୱାଳା ,
କେଇ ଦିନର ଅନୁଭୂତିରେ
ଲୁହ ସାଜେ ମେଘମାଳା ||
ମିଛ ପ୍ରତିଶୃତି
ଯେତେ ଛଳନାର ବାର୍ତ୍ତା
ଲୁହ ଢାଳେ ଅତୀତ
ଯେବେ ଥାଏ ନିରବର୍ତ୍ତା…..
ମନର ପ୍ରେମ କାଗଜଟା
ହୃଦୟରେ ଟୁକୁଡା ଟୁକୁଡା ଭାସେ ,
ଲୁହ ପୋଛି ଥିବା ଚେହେରାଟା
ଲୁହର ପ୍ରତେକ ଟୋପାରେ ଦିଶେ…..
ଲୁହର ପ୍ରତେକ ଟୋପାରେ ଦିଶେ ||
ଭିଜେ କବିତାର କାଗଜ
ଢାଳେ ମନର କୋହ
ଲେଖେ କବିତାର ଶୀର୍ଷକ
ଆଜି ଲୁହ ……………
ଲେଖେ କବିତାର ଶୀର୍ଷକ
ଲୁହ ||