News
WhatsApp Image 2023-10-04 at 17.25.00
samparksetu

‘ସମସ୍ଯା ଓ ଶାନ୍ତି’

ବେଳେବେଳେ ଜୀବନରେ ଖରାପ ମୁହୂର୍ତ ଆସିଥାଏ। ଜୀବନ ଅନେକ ଧକ୍କା ଖାଏ। ସେତେବେଳେ ଆମେ ଚାପଗ୍ରସ୍ତ ହୋଇଥାଉ। ସେହି ସମୟ ରେ ଶାନ୍ତି ଖୋଜିବା କଷ୍ଟକର ହୋଇପଡେ। ସମସ୍ଯା ଟି ସମାଧାନ ନହେଲା ପର୍ଯ୍ଯନ୍ତ ସୁଖ ଓ ଶାନ୍ତି ବ୍ଯାହତ ହୋଇଥାଏ । ସେହି ସମୟରେ ନିଜର ପରିବେଶ କୁ ଧ୍ଯାନ ଦେଇ, ସମସ୍ଯା ଠାରୁ କିଛି ସମୟ ପାଇଁ ଦୂରେଇଯାଇ ସମସ୍ଯା ର ଅନୁଶୀଳନ କରିବା ଉଚିତ। ଫଳରେ ସୃଜନଶୀଳତା ର ଉଦ୍ରେକ ହେବା ପାଇଁ ଅଧିକ ସମୟ ମିଳିଥାଏ ଓ ସମସ୍ଯା ସମାଧାନ ର ଉପଯୁକ୍ତ ମାର୍ଗ ଅବଲମ୍ବନ କରିବାକୁ ସ୍ବତଃ ପ୍ରେରଣା ଆସିଥାଏ।

ସମସ୍ଯା ରୁ ବାହାରି ଆସି ସମାଜ ରେ ଉଦାହରଣ ପାଲଟିଥିବା ବ୍ଯକ୍ତି ବିଶେଷ ଙ୍କ ର ଉପଦେଶ କୁ ଅନୁସରଣ କରିବା ଉଚିତ। ସେମାନେ ସେହି ବ୍ଯକ୍ତି ଯେଉଁମାନେ ଦିନେ ଅନ୍ଧକାରରେ ଉଜ୍ଜ୍ୱଳ ଆଲୋକ ଉଦ୍ଭାସିତ କରିଥିଲେ।

ଜ୍ଞାନ ବଢିଥାଏ ସମୟ ଓ ଅନୁଭୁତି ସହିତ । ଧୈର୍ଯ୍ଯ ର ବି ବୃଦ୍ଧି ହୁଏ। ଜୀବନ ଶୈଳୀ ରେ ଏହା ପରିବର୍ତ୍ତନ ଆଣିଥାଏ। ଜୀବନକୁ ଠିକ ଭାବରେ ଅନୁଧ୍ଯାନ କରିବାକୁ ସୁଯୋଗ ମିଳେ। ସମୟକ୍ରମେ ଖରାପ ସମୟ ର ଗତି ମନ୍ଥର ହୋଇଯାଏ। ତା ଭିତରୁ ଶାନ୍ତି ସୃଷ୍ଟି ହେବାକୁ ଲାଗେ ଓ ପୁନଃ ବିରାଜମାନ ହୁଏ।

ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବରେ ଖରାପ ସମୟ ଆଣିବାରେ ସହାୟକ ହୋଇଥାନ୍ତି ସେମାନେ ଅନ୍ୟାୟ କରି ଥାଆନ୍ତି। ସେମାନଙ୍କୁ କ୍ଷମା କରିବା ସହଜ ନୁହେଁ।

କ୍ଷମା କରିବା ସବୁଠାରୁ କଷ୍ଟକର କର୍ତ୍ତବ୍ଯ। ଏହାର ଅର୍ଥ ହେଉଛି ଅତୀତର ଘଟଣାବଳୀ କୁ କିଛି ମାତ୍ରା ରେ ପରିତ୍ଯାଗ କରିବା । ଅତୀତ ହେଉଛି ଇତିହାସ । ତାହା କୁ ଭବିଷ୍ୟତ ହେବାକୁ ସୁଯୋଗ ଦେବା ଉଚିତ ନୁହେଁ। ବରଂ ସେଥିରୁ ପାଇଥିବା ଅନୁଭୂତି କୁ ସମାଧାନ କାର୍ଯ୍ଯ ରେ ଲଗାଇବା ଉଚିତ।

କ୍ଷମା ଅର୍ଥ ନୁହେଁ ଯେ କ୍ଷତିସାଧନ କରିଥିବା ବ୍ଯକ୍ତି କୁ ସହଜରେ ବିଶ୍ବାସ କରିବା। ସେହିପରି ବ୍ଯକ୍ତିମାନଙ୍କ ପ୍ରତି ସତର୍କ ରହି ନିଜର ଅଭିଳଷିତ ରାସ୍ତା ରେ ଆଗକୁ ବଢିଯିବାର ଉଚିତ।
ଭୁଲ୍ କଲେ ତାହା ବ୍ୟକ୍ତିଗତ ଯନ୍ତ୍ରଣା ବି ଦେଇଥାଏ। ଭୁଲ କୁ ସ୍ବୀକାର କରି ଅନୁତାପ କଲେ କିଛିମାତ୍ରା ରେ ମାନସିକ ଶାନ୍ତି ମିଳିଥାଏ। ତଥାପି ଏହା ଦୁଃଖ ବି ଦେଇଥାଏ।

ଅନ୍ଯକୁ ସମାଲୋଚନା କରିବା ବା ଅନ୍ଯର ସମାଲୋଚନା ର ଶରବ୍ଯ ହେଲେ ଜୀବନ ରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଫଳରେ ବିଶୃଙ୍ଖଳା ଓ ଅସନ୍ତୋଷ ଜୀବନ କୁ ଅନୁସରଣ କରେ। ଏହିପରି ପରିସ୍ଥିତି ରେ ଶାନ୍ତି ପାଇବାକୁ ହେଲେ ନିଜକୁ କ୍ଷମା କରିଦେବା ଉଚିତ। ଫଳରେ ବିବେକ ର ସ୍ବଚ୍ଛତା ବୃଦ୍ଧିପାଇଥାଏ।

ଅନ୍ୟମାନେ ଆମ ବିଷୟରେ କିପରି ଅନୁଭବ କରନ୍ତି ଏବଂ ଚିନ୍ତା କରନ୍ତି ତାହା ଜାଣିବା ଉଚିତ। ଅନ୍ଯମାନଙ୍କ ର ଚିନ୍ତାଧାରା ଯଦି ଆମ ପ୍ରତି ଖରାପ ହେଲା ତାହା ଆମ ଭିତରେ ଉଦବେଗ ସୃଷ୍ଟି କରିଥାଏ। ମନ ଅସନ୍ତୁଳିତ ହୋଇଉଠେ ଓ ଉତ୍ତମ ସମ୍ପର୍କ କ୍ଷୁର୍ଣ୍ଣ ହୋଇଥାଏ।

ବେଳେବେଳେ ଛୋଟ ଛୋଟ କଥାକୁ ହେୟ ଜ୍ଞାନ କଲେ ତାହା କ୍ରମେ ପୁଞ୍ଜିଭୁତ ହୋଇ ବଡ ସମସ୍ଯା ସୃଷ୍ଟି କରିଥାଏ। ଏପରି ପରିସ୍ଥିତି କୁ ସାମନା କରିବାକୁ ହୋଇଥାଏ। ଏହା ଏକ ସକରାତ୍ମକ ନିଷ୍ପତି ଦରକାର କରେ।

ଜୀବନରେ ଶାନ୍ତି ଓ ସୁଖ ପାଇବାକୁ ହେଲେ ବଞ୍ଚିବାର ରାସ୍ତା ବଦଳାଇ ଏକ ନୂତନ ଜୀବନ ର ପୁନଃ ରାହା ଦେଖିବା ଉଚିତ୍।

ଭବିଷ୍ଯତ ସର୍ବଦା ରହସ୍ଯମୟ। ଯଦି ବର୍ତ୍ତମାନ ସମୟ ମଙ୍ଗଳମୟ ତେବେ ଭବିଷ୍ଯତ ଆଶଙ୍କାଯୁକ୍ତ ହେବନାହିଁ।

ସମସ୍ଯା କୁ ସମାଧାନ କରି ଓ ବିଶୃଙ୍ଖଳା କୁ ଦୂର କରି ଆମେ ପରସ୍ପର ଭିତରେ ଖୁସି ବାଣ୍ଟି ପାରିବା। ଏଥିପାଇଁ ଆମ ଭିତରେ ଆଗ୍ରହ ରହିବା ଦରକାର ଓ ଏହାକୁ ହାସଲ କରିବା ପାଇଁ ଆମେ ଉଦ୍ଯମ କରିବା ଜରୁରୀ।

ଶାନ୍ତି ଆମ ଜୀବନ ର କାମ୍ଯ ହେଉ।

new life
You might also like
error: Content is protected !!